ସ୍ୱପ୍ନରେ ବିପଦ ସମ୍ପର୍କରେ ସୂଚନା ଦେଇଥାଆନ୍ତି ମୃତବ୍ୟକ୍ତି
ଜନ୍ମ-ମୃତ୍ୟୁ ଚିର ସତ୍ୟ । ଆଜି ଯେ ଦୁନିଆକୁ ଆସିଛି କାଲି ସେ ଦୁନିଆ ଛାଡ଼ି ଯିବ । ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କିନ୍ତୁ ମୃତବ୍ୟକ୍ତି ଦୁନିଆ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ବେଳେବେଳେ ଆମ ସ୍ୱପ୍ନରେ ଆସିଥାନ୍ତି । ମୃତବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖିଲେ ଆମ ମନକୁ ଅନେକ ପାପ ଛୁଇଁଥାଏ । ଭୟରେ ବି ଦେହ ଥରି ଉଠେ । କିନ୍ତୁ ମନୋବିଜ୍ଞାନୀମାନେ କୁହନ୍ତି, ମୃତ ବ୍ୟକ୍ତିମାନେ ସ୍ୱପ୍ନରେ ଆସିଲେ କିଛି ଭଲ ସନ୍ଦେଶ ନେଇ ଆସିଥାନ୍ତି । ସ୍ୱପ୍ନରେ ମୃତ ଆତ୍ମୀୟ ସ୍ୱଜନମାନେ ଆସି ଆମକୁ ଆସୁଥିବା ବିପଦ ସମ୍ପର୍କରେ ସତର୍କ କରାଇ ଦେଇଥାନ୍ତି । କୌଣସି ସମସ୍ୟା ହୋଇଥିଲେ ସ୍ୱପ୍ନ ମାଧ୍ୟମରେ ସମାଧାନର ବାଟ ଦେଖାଇଥାନ୍ତି । ଖରାପ ସମୟ ସମ୍ପର୍କରେ ଆଗୁଆ ସୂଚନା ଦେଇଥାନ୍ତି । ଫଳରେ ବାସ୍ତବିକତା ପ୍ରତି ବିଶ୍ୱାସ ଆସିଥାଏ । ଯେଉଁ ଲୋକମାନଙ୍କ ସ୍ୱପ୍ନରେ ମୃତବ୍ୟକ୍ତିମାନେ ଆସିଥାନ୍ତି, ସେମାନଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ବୋଲି ମନୋବିଜ୍ଞାନୀମାନେ କୁହନ୍ତି । ମୃତ ଆତ୍ମୀୟମାନେ ସ୍ୱପ୍ନରେ ଆସିଲେ ତାଙ୍କ ଇଶାରାକୁ କେବଳ ମନେରଖିବା ଉଚିତ୍ । ଫଳରେ ଜୀବନରୁ ଦୁଃଖ ଅପସରି ଯିବ ।


