କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ୪ ରେ ଶୋଭାଯାତ୍ରା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ବାଲେଶ୍ୱର ପ୍ରୋଗ୍ରେସିଭ୍ ସିଟିଜେନ୍ ଫୋରମ୍ ତରଫରୁ ସଭାପତି ସେକ୍ ଅବଦୁଲ ରଫିକ୍ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ ନାଗରିକ ସଂଶୋଧନ ଆଇନ ଓ ଏନ୍‌.ଆର୍‌.ସିକୁ ବିରୋଧ କରି ଆସନ୍ତା ୪ ତାରିଖ ଶନିବାର ଦିନ ବାଲେଶ୍ୱର ସହରରେ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହେବ । ଗତ ୩୧ ତାରିଖ ଦିନ ପ୍ରସ୍ତୁତି ବୈଠକରେ ଆମ୍ଭର ତ୍ରୁଟି ଯୋଗୁଁ କେତେକ ଗଣମାଧ୍ୟମରେ ଏହା ୪ ତାରିଖ ଶୁକ୍ରବାର ପ୍ରକାଶିତ ହୋଇଛି । ଏଥିପାଇଁ ସଂଗଠନ ତରଫରୁ ଦୁଃଖ ପ୍ରକାଶ କରୁଛୁ । ଆସନ୍ତା ୪ ତାରିଖ ଶନିବାର ଦିନ ୧୦ଟାରେ ଗୋଳାପୋଖରୀ ସନ୍ନିକଟ ଦରଘା ମଇଦାନରୁ ଏହି ଶୋଭାଯାତ୍ରା ବାହାରି ମୋତିଗଞ୍ଜ ବଜାର, ସିନେମାଛକ ଅତିକ୍ରମ କରି ଜିଲ୍ଲାପାଳଙ୍କ ଦପ୍ତର ନିକଟରେ ପହଞ୍ôଚବ । ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ପ୍ରଣିତ ଆଇନକୁ ସଂଶୋଧନ ପ୍ରତ୍ୟାହାର ପାଇଁ ନିବେଦନ କରାଯିବ । ଏହି ଶୋଭାଯାତ୍ରା ଓ ସଭାରେ ସମସ୍ତ ବର୍ଗର ଜନସାଧରଣ ଦଳମତ ନିର୍ବିଶେଷରେ ଯୋଗଦେବାକୁ ସେକ୍ ଅବଦୁଲ ରଫିକ୍ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ