ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର
ଭୁବନେଶ୍ୱର: ଏଣିକି କେହି ଏଠିସେଠି ଝାଡ଼ା ଫେରିପାରିବେନି। ଝାଡ଼ା ଫେରିଲେ ଦେବାକୁ ପଡ଼ିବ ଫାଇନ୍। ରାଜଧାନୀ ଭୁବନେଶ୍ୱର ଖୋଲା ମଳତ୍ୟାଗ ମୁକ୍ତ ସହର ଭାବେ ପରିଣତ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମସି କମିଶନର ଓ ପୌର ପ୍ରଶାସକଙ୍କ ପକ୍ଷରୁ ଏଭଳି ଘୋଷଣା ପରେ ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି।


