ତ୍ରିପୁରା, ପଶ୍ଚିମବଙ୍ଗରେ ମୋଦିଙ୍କ ନିର୍ବାଚନ ପ୍ରଚାର

 

ଅଗରତାଲା/ କୋଲକାତା(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତ୍ରିପୁରାର ଉଦୟପୁର ଏବଂ ପଶ୍ଚିମବଙ୍ଗର କୁଚବିହାର ଠାରେ ଆୟୋଜିତ ଦୁଇଟି ରାଲିକୁ ସମ୍ବୋଧିତ କରିଛନ୍ତି । ତ୍ରିପୁରା ରାଲି ଅବସରରେ ମୋଦି ତିନି ଦିନ ପୂର୍ବେ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଘୋଷଣା ପତ୍ରକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇଛନ୍ତି । ମୋଦିଙ୍କ କହିବାନୁସାରେ କଂଗ୍ରେସର ୫୦ରୁ ୬୦ ପୃଷ୍ଠାର ଇସ୍ତାହାର ପତ୍ରରେ ମଧ୍ୟମବର୍ଗଙ୍କ ସମ୍ପର୍କରେ କିଛି ବି ଉଲ୍ଲେଖ କରାଯାଇନାହିଁ । ମଧ୍ୟମ ବର୍ଗର ଲୋକଙ୍କୁ କଂଗ୍ରେସ ଏଥିପାଇଁ ଘୃଣା କରୁଛି କାରଣ ସେମାନେ ୨ଠ୧୪ରେ ମୋଦିକୁ ଭୋଟ୍ ଦେଇ ଜିତାଇଥିଲେ । କେବଳ ଏହି କାରଣରୁ କଂଗ୍ରେସ ଦେଶର ମଧ୍ୟମବର୍ଗଙ୍କୁ ଏପ୍ରକାର ପାତରଅନ୍ତର ଦୃଷ୍ଟିରେ ଦେଖୁଛି । କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଛନ୍ତି ଯେ ଟଙ୍କା ରୋଜଗାର କରିବା ପାଇଁ କଂଗ୍ରେସ କ୍ଷମତା ହାସଲ କରିବାକୁ ଚାହୁଁଛି, ମାତ୍ର ବିଜେପି ପାଇଁ କ୍ଷମତା ଦେଶର ଓ ଦେଶବାସୀଙ୍କ ସେବା କରିବାର ମାଧ୍ୟମ ମାତ୍ର । ତ୍ରିପୁରାରେ ବିଜେପି ସରକାର ଆସିବା ପରେ ବିକାଶର ଛାପ ଦେଖିବାକୁ ମିଳୁଛି । ପୂର୍ବ ସରକାରଙ୍କ ତୁଳନାରେ ଏବେ ରାଜ୍ୟରେ ପରିବର୍ତ୍ତନର ହାୱା ରାଜ୍ୟବାସୀ ଅନୁଭବ କରୁଛନ୍ତି ।
ସେହିପରି ପଶ୍ଚିମବଙ୍ଗରେ ମୋଦି ମମତା ସରକାରଙ୍କ ଉପରେ ବର୍ଷିଛନ୍ତି । ଏଠାରେ ପ୍ରବଳ ଜନସମାଗମକୁ ଦେଖି ମୋଦି କହିଛନ୍ତି ଯେ, ଏହି ଜନସମାଗମ ମମତା ଦିଦିଙ୍କ ବିନାଶର ଜ୍ୱଳନ୍ତ ଉଦାହରଣ । ରାଜ୍ୟର ବିକାଶ କ୍ଷେତ୍ରରେ ସ୍ପିଡ୍ ବ୍ରେକର ସାଜିଥିବା ମମତାଙ୍କୁ ହଟାଇ ବିଜେପିକୁ ସରକାର ଗଢ଼ିବାର ସୁଯୋଗ ଦେବାକୁ ମୋଦି ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ