ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ପିପିଲି (ଜୁଗାବ୍ଦ ନ୍ୟୁଜ୍‍): ପିପିଲି ବିଜେଡି କାର୍ଯ୍ୟାଳୟ ପରିସରରେ ଅପରାହ୍ନରେ କଂଗ୍ରେସ ଓ ବିଜେପି ଦଳର ଶତାଧିକ ମହିଳା ପୁରୁଷ କର୍ମୀ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ମିଶିଥିଲେ । ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ନେତ୍ୱତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେପିର ପୁରୀ ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ଚିନ୍ନୟ ମହାପାତ୍ରଙ୍କ ସହିତ ସୁବୋଧ ମହାନ୍ତି, ବିଜୟ ଲକ୍ଷ୍ମୀ ମିଶ୍ର, ରତ୍ନାକର ପ୍ରଧାନ, ଦିବ୍ୟସିଂହ ଦାସ, ନମିତା ପଟ୍ଟନାୟକ, ତ୍ରିପାଥ ପ୍ରଧାନ, ଅଶୋକ ପ୍ରଧାନ, ରବିନ୍ଦ୍ର ମହାପାତ୍ର, କୌଳାସ ମହାପାତ୍ର, ସଂଜୟ ମହାପାତ୍ର, ବିଭୁତି ଭୁଷଣ ବେହେରା, ପ୍ରଫୁଲ ଚନ୍ଦ୍ର ରଥ, ଫକୀର ମୁଦୁଲି, ସନ୍ଦୀପ ନନ୍ଦ, ସାଧୁଚରଣ ମହାନ୍ତି, ସତ୍ୟ ନାରାୟଣ ପଟ୍ଟନାୟକ, ଭାସ୍କଳ ଜେନା, ସନାତନ ସାହୁ ଓ ଦୈତାରୀ ସେଠୀଙ୍କ ସହ ପ୍ରାୟ ୫ଶହରୁ ଅଧିକ ପିପିଲି ଓ ଡେଲାଙ୍ଗ ବ୍ଳକର ବିଜେପି କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ । ସେମାନଙ୍କୁ ପିପିଲି ବ୍ଳକ୍ର ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ଓ ଡେଲାଙ୍ଗ-ପିପିଲି ବିଜେଡି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ତଥା ଆତ୍ମା ସଭାପତି ଧରଣୀ ଧର ସାହୁ, ଆର୍ତ୍ତବନ୍ଧୁ ସାମନ୍ତରାୟ ପ୍ରମୁଖ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ସେହିପରି କଂଗ୍ରେସ କର୍ମୀ ଭାଲିଆବିଲିର ଦିଲିପ କୁମାର ମହାନ୍ତି, ଆରୁହାର ବିନୟ ଦାଶ, ବିଜୟ ରାଉତ, ପମଶରାର ଟିକିନା ପ୍ରଧାନ, ବାସୁଦେବ ନାୟକ ଓ ଗୋବର୍ଦ୍ଧନପୁର ଗ୍ରାମର ଜଗବନ୍ଧୁ ପ୍ରଧାନ, ଶ୍ୟାମସୁନ୍ଦର ପ୍ରଦାନ, ଦିଲିପ ପରିଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ର୍କମୀ ବିଜେଡି ଦଳରେ ସାମିଲ ହୋଇଥିଲେ । ଏଥିସହ ଦାଣ୍ଡମକୁନ୍ଦପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶୁକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ୱାର୍ଡ ନଂ୨ର ୱାର୍ଡ ସଭ୍ୟ ଶିବ ପ୍ରସାଦ ପ୍ରଧାନଙ୍କ ସହ କାଳୁ ଚରଣ ସ୍ୱାଇଁ, ଜୟକୃଷ୍ଣ ସ୍ୱାଇଁ, ସଂଜୟ ସ୍ୱାଇଁ, ରଂଜନ ନାଏକ, ଏକାଦଶୀ ସ୍ୱାଇଁ, ମଙ୍ଗୁଳି ବେହେରା, ଗୋକୁଳ ସ୍ୱାଇଁ, ଦାମୋଦର ସ୍ୱାଇଁ, ଗଙ୍ଗାଧର ସ୍ୱାଇଁ, ଗୋପବନ୍ଧୁ ସ୍ୱାଇଁ, ଶଙ୍କର ବେହେରା ପ୍ରମୁଖ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ପିପିଲି ଏନଏସିର ପୂର୍ବତନ ଅଧ୍ୟକ୍ଷ ଏସ.କେ. ବାବୁ, ଯୁବ ବିଜେଡି ସଭାପତି ପ୍ରଫୁଲ ସାହୁ, ଫାଜଲ ଖାଁ ଛାତ୍ର ବିଜେଡି ସଭାପତି, ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ଓ ଅଜୟ ମହାରଣାଙ୍କ ସହିତ କିଶୋର ଛୋଟରାୟଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ମୁସଲିମ ପରିବାର ଆଜି ବିଜେଡିରେ ସାମିଲ ହୋଇଥିଲେ । ସେହିପରି ଡେଲାଙ୍ଗ ବ୍ଳକରେ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାରଥୀ ସୂଚନା ପ୍ରଦାନ କରିଥିଲେ । ଯଦି ଏହିପରି ପିପିଲି ଓ ଡେଲାଙ୍ଗରେ ବିଜେପି ଓ କଂଗ୍ରେସ ଦଳର ନେତା ଓ କର୍ମୀ ବିଜେଡି ଦଳରେ ସାମିଲ ହେବେ ତା ହେଲେ ଶ୍ରୀ ମହାରଥୀ ୫୦ ହଜାରରୁ ଅଧିକ ସଂଖ୍ୟାରେ ଭୋଟ ପାଇ ଜିତିବେ ବୋଲି ଆତ୍ମା ସଭାପତି ଧରଣୀଧର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ