କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତିରେ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ପାରଳାଖେମୁଣ୍ଡି ନୃସିଂହ ନାଥ ମଠ ପରିସରରେ ପାରଳା ସହରର ବିଶିଷ୍ଟ ବ୍ୟକ୍ତିତ୍ୱ ସ୍ୱର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରଙ୍ଗାରଙ୍ଗ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ୨ୟ ଅର୍ଘ୍ୟ “ସ୍ମୃତି ତୁମେ ଅଜିଜ” ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମଠର ମହନ୍ତ ମହାରାଜ ମଧୁସୁଦନ ଦାସଜୀ ଠାକୁରଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପରେ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଚିନ୍ମୟ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଶିଷ୍ଟ ସାହିତିକ ତଥା ଉପାନ୍ତ ପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ମଞ୍ଚ ନିର୍ଦ୍ଦେଶକ ତଥା ମଞ୍ଚରତ୍ନ ବଟକୃଷ୍ଣ ପାତ୍ରଏବଂ ଗଜପତି ଜିଲା ବରିଷ୍ଠ କଳାକାର ମହାସଙ୍ଘର ସମ୍ପାଦକ ମନୋଜ କୁମାର ପାଢୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ କାଳାସାଗର ରଘୁନାଥ ପଟ୍ଟନାୟକଙ୍କ ଅତୀତ କର୍ମମୟ ଜୀବନୀ ଓ କିଛି ଅଭୁଲା କଥାକୁ ମନେ ପକାଇ ସ୍ମୃତିଚାରଣ କରିଥିଲେ । ଅତିଥିମାନେ ସ୍ୱର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସମ୍ପର୍କରେ କହିଥିଲେ ଯେ, ସେ ପାରଳାଖେମୁଣ୍ଡି ସ୍ଥିତ କରଣ ସାହିର ବାସିନ୍ଦା ଥିଲେ । ସେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷକତା କରିଥିଲେ । ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ, ଯାହାକି ସେ ଏକାଧାରରେ କବି, ଲେଖକ, ସଙ୍ଗୀତଜ୍ଞ, ଚିତ୍ରଶିଳ୍ପୀ, କଣ୍ଠସିଳ୍ପୀ, ସଙ୍ଗୀତ ଓ ନାଟକ ନିର୍ଦ୍ଦେଶକ, କୁଶଳୀ ଅଭିନେତା ଓ ସଂଳାପ ଲେଖକ ଥିଲେ । ତାଙ୍କର କୃତି ମଧ୍ୟରୁ ଅନେକ ଗୁଡିଏ ନାଟକ, ଏକାଙ୍କୀକା,କବିତା, ଗଳ୍ପ ଇତ୍ୟାଦି ଲେଖି ବିଭିନ୍ନ ସ୍ଥାନରେ ବହୁବାର ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ । ତାଙ୍କର ଏହିସବୁ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଯୋଗୁଁ ତାଙ୍କୁ “କଳାସାଗର” ଉପାଧିରେ ଭୂଷିତ କରାଯାଇଥିଲା । ଅନ୍ୟପକ୍ଷରେ ତାଙ୍କର ବହୁମୁଖୀ ପ୍ରତିଭା ସଦା ଜାଗ୍ରତ ରଖିବା ସହ ତାଙ୍କ ସାହିତ୍ୟ କୃତି ଅମଳିନ ରହୁ ବୋଲି କାମନା କରିଥିଲେ । ଉଦ୍ଘାଟନୀ ସଭା କାର୍ଯ୍ୟକ୍ରମ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରାଯାଇଥିଲା । କଳାକାର ମାନଙ୍କ ମଧ୍ୟରେ ମିହିର ମାଳୀ, ଗୁରୁ ନୃସିଂହ ପ୍ରସାଦ ପାଢୀ, କୁନାବାବୁ ହଳଧର, ହେମନ୍ତ ପଟ୍ଟନାୟକ, ଦୀପଶିଖା ପଟ୍ଟନାୟକ ଏବଂ ବାବାଜୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟପକ୍ଷରେ, ଏଥିରେ ତବଲାରେ ତ୍ରିଲୋଜନ(ମାଗତା) ପଣ୍ଡା, ହାରମୋନୀୟମରେ ଗୁରୁ ନୃସିଂହ ପାଢୀ,ଏବଂ କେସିଓରେ ଦେବାଶିଷ ମାଳୀ ସହେଯାଗ କରିଥିଲେ । ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ତୁଷାର କୁମାର ଦାସ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମିହିର ମାଳୀ, ତୁଷାର ଦାସ, ଲୋକନାଥ ଏବଂ ଆୟୋଜକ ଚିନ୍ମୟ ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହେଯାଗ କରିଥିଲେ ।


