ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ସଞ୍ଜୁ ପଣ୍ଡା
କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଥିବା କେ.ଏସ. ଜାଭେରୀ ଶନିବାର ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଦିଆଯାଇଛି। ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡିଶା ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ଦାୟିତ୍ବରେ ରହିବେ। ସେ ଆସନ୍ତାକାଲି ବିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିବେ । ପରବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ପଣ୍ଡା ଏହି ଦାୟିତ୍ୱରେ ରହିବେ । ଆସନ୍ତାକାଲି ହାଇକୋର୍ଟରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ତାଙ୍କୁ ଶପଥ ପାଠ କରାଇବେ।


