ଶେଷ ହେଲା କୁମ୍ଭୀର ଗଣନା, ୧୫ଟି ବଢିଛି

ଭୁବନେଶ୍ବର : ଶେଷ ହୋଇଛି ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା । ଗତବର୍ଷ ତୁଳନାରେ ୧୫ଟି କୁମ୍ଭୀର ବଢି ୧୭୫୭ରେ ସଂଖ୍ୟା ପହଞ୍ଚିଛି । କୁମ୍ଭୀର ବିଶାରଦ ସୁଧାକର କରଙ୍କ ନେତୃତ୍ୱରେ ଗଣନା କରାଯାଇଥିଲା । ୫୪ଟି ପର୍ଯ୍ୟାୟରେ ୨୩ଟି ଟିମ୍‌ଙ୍କ ଦ୍ୱାରା କୁମ୍ବୀର ଗଣନା କରାଯାଇଥିଲା । ମୋଟ୍‌ ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯାଇଥିବା ବେଳେ ସର୍ବାଧିକ କନିକା ରେଞ୍ଜରେ ୧୩୮୫, ରାଜନଗରରେ ୨୬୦, ମହାକାଳପଡ଼ାରେ ୭୫, ଗହିରମଥାରେ ୩୭ଟି କୁମ୍ଭୀର ଗଣନା କରାଯାଇଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ