ବିଜେପି ପକ୍ଷରୁ ଆଜି ଆରମ୍ଭ ହେବ ଜନଜାଗରଣ ଯାତ୍ରା
ଭୁବନେଶ୍ୱର- ରବିବାର ଠାରୁ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ଜନଜାଗରଣ ଯାତ୍ରା ଆରମ୍ଭ କରିବ । ନାଗରିକତା ସଂଶୋଧନ ଆଇନ୍ ସମ୍ପର୍କରେ ସଚେତନତା କରିବା ପାଇଁ ଓଡ଼ିଶାରେ ଏହି ଯାତ୍ରାର ଶୁଭାରମ୍ଭ କରିବେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ। ଏ ସମ୍ପର୍କରେ ସୂଚନା ଦେଇ ଦଳୀୟ ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରୁ ଆଜି ଏହି ଜନସମ୍ପର୍କ ଅଭିଯାନ ଆରମ୍ଭ ହେବ। ଦଳ ପକ୍ଷରୁ ସାଧାରଣ ସଭା ଏବଂ ଶୋଭାଯାତ୍ରାମାନ ଆୟୋଜନ କରାଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନ୍ ନେଇ ସଚେତନତା ରାଲିମାନ ଆୟୋଜନ କରାଯିବ ବୋଲି ହରିଚନ୍ଦନ ସୂଚନା ଦେଇଛନ୍ତି ।


