ବଦଳିଲେ ୧୧ ଓଏଏସ୍ ଅଧିକାରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି । ଶନିବାର ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍ ତଥା ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଧନଞ୍ଜୟ ସ୍ୱାଇଁଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି । ସେହିପରି ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ସଚିବ ସରୋଜ କୁମାର ପଟେଲଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ବଦଳି କରାଯାଇଥିବା ବେଳେ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଗଜପତି ପିଡି, ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଓଏସଡି, ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ କଟକ ଏଡିଏମ, ଉମାକାନ୍ତ ରାଜଙ୍କୁ ନୂଆପଡ଼ା ପିଡି, ପ୍ରଣୟ କୁମାର ଜେନାଙ୍କୁ ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ, ଦେବେନ୍ଦ୍ର କୁମାର ନନ୍ଦଙ୍କୁ କନ୍ଧମାଳ ବାଲିଗୁଡ଼ା ଉପଜିଲ୍ଲାପାଳ, ଧୀରେନ୍ଦ୍ରନାଥ କରଙ୍କୁ ଉଚ୍ଚଶିକ୍ଷା ବିଭାଗର ଉପନିର୍ଦ୍ଦେଶକ, ରବିନାରାୟଣ ତ୍ରିପାଠୀଙ୍କୁ ପୁରୀ ପିଡି ଓ କଲ୍ୟାଣୀ ପଟ୍ଟନାୟକଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉପସଚିବ ଭାବେ ବଦଳି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ