ଭିଭୋ ଇଣ୍ଡିଆ ପିୟୁବିଜି ମୋବାଇଲ୍ କ୍ଲବ୍ ଓପନ ହେଲା

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଟେନ୍ସେଂଟ ଗେମ୍ ଆଣ୍ଡ ପିୟୁବିଜି କର୍ପୋରେସନର ଅଗ୍ରଣୀ ମୋବାଇଲ୍ ଗେମ୍-ପ୍ଲେୟାର ଅନ୍କୋନ୍ ବ୍ୟାଟେଲ୍ ଗ୍ରାଉଣ୍ଡ୍ ମୋବାଇଲ୍(ପିୟୁବିଜି ମୋବାଇଲ୍) ସହିତ ମିଳିତ ହୋଇଛି । ଏହାର ପିୟୁବିଜି ମୋବାଇଲ୍ କ୍ଲବ୍ ଓପନ-୨୦୧୯ର ଟାଇଟେଲ୍ ସ୍ପନସର୍ ଭାବେ କାର୍ଯ୍ୟ କରୁଛି । ଏହା ମାଧ୍ୟମରେ ପୃଥିବୀର ୧୦ଟି ଅଂଚଳର ପ୍ଲେୟାର ଅଂଶଗ୍ରହଣ କରିପାରିବେ ।ପିୟୁବିଜି ମୋବାଇଲ୍ କ୍ଲବ୍ ଓପନ-୨୦୧୯ ବିଶ୍ୱସ୍ତରରେ ବେଶ୍ ସଫଳ ହେବାର ଆଶା ରହିଛି ।” ଏହି ଅବସରରେ ଟେନ୍ସେଂଟ୍ ଗେମ୍ ଗ୍ଳୋବାଲ୍ ପବ୍ଲିଶିଂ ଡିପାର୍ଟମେଂଟ୍ ଜେନେରାଲ ମ୍ୟାନେଜର ଭିନସେଂଟ୍ ୱାଙ୍ଗ୍ କହିଲେ, “ ଭିଭୋ ସହିତ ମିଳିତ ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ । ଏହା ବିଶ୍ୱବ୍ୟାପି ପ୍ଲେୟାରଙ୍କୁ ତଥା ଫ୍ୟାନ୍ୟଙ୍କୁ ଶ୍ରେଷ୍ଠ ଅଭିଜ୍ଞତା ଉପଲବ୍ଧ କରାଇବାକୁ ସକ୍ଷମ ହେବ ।” ପିୟୁବିଜି ମୋବାଇଲ୍ ଷ୍ଠୋର ଚ୍ୟାଲେଞ୍ଜ୍-୨୦୧୮ ବିଶ୍ୱବ୍ୟାପି ୨୩୦ ନିୟୁତରୁ ଅଧିକ ଦେଖାଯାଇଥିଲା । ଏହାର ଲାଇଭ୍ ଆଟେଂଡିସ୍ଙ୍କ ସଂଖ୍ୟା ୫,୦୦୦ରୁ ଅଧିକ ଥିଲା । ଏହାର ଫାଇନାଲ୍ ଦୁବାଇରେ ଅନୁଷ୍ଠିତ ହୋଇଥିଲା । ପିୟୁବିଜି ମୋବାଇଲ୍ କ୍ଲବ୍ ଓପନ-୨୦୧୯ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି । ଏହାର ସ୍ପ୍ରିଙ୍ଗ୍ ସ୍ପିଲ୍ଟ ଗ୍ଳୋବାଲ ଫାଇନାଲ୍ ଜୁଲାଇରେ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ