ପୋଚିଲିମାରେ ଧାନମଣ୍ଡିର ଶୁଭାରମ୍ଭ କଲେ ଉପ ଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ସରକାରୀ ଧାନକ୍ରୟ ସକାଶେ ଜିଲ୍ଲା ଯୋଗାଣ ବିଭାଗ ଦ୍ୱାରା ପଂଜିକୃତ ହୋଇଥିବା ହିଂଜିଳି ବ୍ଳକର ଏକମାତ୍ର ଦେବୀ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ, ପୋଚିଲିମା ପକ୍ଷରୁ ସୋମବାର ପୋଚିଲିମା ଗ୍ରାମରେ ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ତହସିଲଦାର ସୁନିଲ ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସରଂପଚ ଭାଣ୍ଡି ରବିନ୍ଦ୍ର ଓ ଯୋଗାଣ ନିରୀକ୍ଷକ ପୁରଂଜୟ ସାହୁ, ସିଡ଼ିପିଓ ଶୁଭଶ୍ରୀ ପାତ୍ରପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ଚାଷୀ ବି. ବାବୁଲା ପାତ୍ର, ବି. ମହେନ୍ଦ୍ର ପାତ୍ର ଓ ଇ. ରାଜାରାଓଙ୍କ ଠାରୁ ଧାନକିଣା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ କେଦାର ପଣ୍ଡା, ମିଲର ଇ. ଚେନ୍ନାୟା, ସମିତି ସମ୍ପାଦକ ଏନ. ଜଗନ୍ନାଥ, ପି. ଜୟ, ଏସ. ବିଜୟ, ପୂର୍ଣ୍ଣଚନ୍ଦ୍ର ମୁନି, ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରାଙ୍କ ସମେତ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ