ବଳିଆ ବାବାଙ୍କ ଗୀତା ଓ ଜୀବନ ଦର୍ଶନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଅନନ୍ତ ବଳିଆ ପରିବାର ପକ୍ଷରୁ ସ୍ଥାନୀୟ ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ସୋମବାର ସନ୍ଧ୍ୟାରେ ଚର୍ତୁଦିନ ବ୍ୟାପି ଗୀତା କଥା ମୃତ ଆଲୋଚନା ଉଦଘାଟିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ଅରିଲୋ ଶିଶୁ ଅନନ୍ତ ଆଶ୍ରମର ପରିବେଶବୀତ ତଥା ବିଶ୍ୱପ୍ରେମୀ ବାବା ବଳିଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଗୀତା କଥା ମୃତରେ କେନ୍ଦ୍ରାପଡା ଟିକିଲି ମଠର ବାବା ହୃଷିକେଶ ଦାସ,ବାବା ବଳିଆଙ୍କ ଶିଷ୍ୟ ଡଃ.ଚିଦାନନ୍ଦ ବ୍ରହ୍ମଚାରୀ ପ୍ରମୁଖ ଯୋଗଦେଇ ଗୀତା କଥାମୃତ ସମ୍ପର୍କରେ ଆଲୋଚନା କରିଥିଲେ । ବାବା ବଳିଆ ଉପସ୍ଥିତ ଶତାଧିକ ଲୋକମାନଙ୍କୁ ଗୀତା ଓ ଜୀବନ ଦର୍ଶନ ସମ୍ପର୍କରେ ଅର୍ଶ୍ରିବଚନ ଶୁଣାଇଥିଲେ ।


