ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ
ଭୁବନେଶ୍ବର : ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମଙ୍ଗଳବାରଠାରୁ ପକ୍ଷୀ ଗଣନା ଆରମ୍ଭ କରାଯାଇଛି । ହୀରାକୁଦ ଜଳଭଣ୍ଡାର ସମେତ ବରଗଡ଼ ଏବଂ ଝାରସୁଗୁଡ଼ାର କିଛି ଅଞ୍ଚଳରେ ଏହି ପକ୍ଷୀ ଗଣନା ହେବ । ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୧ଟି ଟିମ୍ ଏହି ପକ୍ଷୀ ଗଣନାରେ ସାମିଲ ହେଇଛନ୍ତି । ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ପାଣି ଅଧିକ ଥିବାରୁ ପକ୍ଷୀ ସଂଖ୍ୟା କମିବାର ଆଶଙ୍କା କରାଯାଉଛି ।


