ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ପଂଚମ ଦିବସ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ମଙ୍ଗଳବାର ପଂଚମ ଦିବସ ଖେଳରେ କେନ୍ଦ୍ରାପଡାର ସୁରଜ କ୍ଲବ କଟକର ଜାଗୁଳେଇ କ୍ଲବକୁ ୫-୪ ଟ୍ରାଇବ୍ରେକରେ ହରାଇ ବିଜୟୀ ହୋଇଛି । ଗତକାଲି କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଖୋର୍ଦ୍ଦାର ଶ୍ରଦ୍ଧାପୁର ସ୍ପୋର୍ଟସ ଆସୋସିଏସନକୁ ୨-୦ ଗୋଲରେ ହରାଇ ବିଜୟୀ ହୋଇଥିଲା । ଏହି ଉପଲକ୍ଷେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର କ୍ରୀଡାବୀତମାନଙ୍କୁ ଶୁଭେଛା ଜଣାଇବା ସହିତ କରମର୍ଦ୍ଦନକରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ପ୍ରଦୀପ୍ତ ମହାନ୍ତି, ରିୟାଜ ଖାନ, ମହମ୍ମଦ ଜୋହା, କିର୍ତ୍ତି ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବା ବେଳେ ଫୁଟବଲ ସଙ୍ଘ ସଭାପତି ମହମ୍ମଦ ଅମୀର, ସମ୍ପାଦକ ସେକ ସଲ୍ଲାଉଦ୍ଦିନ, ସହସମ୍ପାଦକ ସେକ ନସିମୁଦ୍ଦିନ, ସେକ ଅସଲାମ, କଲିମ ଖାନ, ଗୁଡନ ଖାନ, ଆକ୍ରମ ଖାନ, ସାରୁକ ଖାନ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ