କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କ୍ଷତ୍ରିୟ ଖଣ୍ଡାୟତ ମହାସଂଘ, କେନ୍ଦ୍ରାପଡ଼ା ଜିଲ୍ଲା ଆନୁକୂଲ୍ୟରେ ଦେଶର ୮୦ତମ ସ୍ୱାଧୀନତା ଦିବସ ନୂଆ ବସ୍ଷ୍ଟାଣ୍ଡ ପରିସରରେ ମହାସମାରୋହ ଓ ଉତ୍ସାହ-ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଏହି ଅବସରରେ ମହାସଂଘର ସଭାପତି ଶରତ କୁମାର ବେହୁରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ସ୍ୱାଧୀନତା କେବଳ ଏକ ଉତ୍ସବ ନୁହେଁ, ଏହା ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷର ଅମୂଲ୍ୟ ପରିଣାମ। ତେଣୁ ଦେଶର ଗୌରବ ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ସହ ସମାଜରେ ଶାନ୍ତି, ସମ୍ପ୍ରୀତି, ସାମାଜିକ ଏକତା ଓ ଭାଇଚାରା ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଏଥିସହିତ କ୍ଷତ୍ରିୟ ଖଣ୍ଡାୟତ ସମାଜର ଐତିହ୍ୟ, ପରମ୍ପରା ଓ ସାମାଜିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖି ସମାଜର ସାମଗ୍ରିକ ଉନ୍ନତି ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମହାସଂଘର ସଂଯୋଜକ ଚନ୍ଦନ ପରିଡ଼ା, କୋଷାଧ୍ୟକ୍ଷ ସୁଶୀଲ ସାମଲ, ଉପସଭାପତି ଗୋଲେଖ ପଢ଼ିହାରୀ, ରାଜେନ୍ଦ୍ର ରାଉତରାୟ, ସଂଗ୍ରାମ ଜେନା, ପ୍ରହଲ୍ଲାଦ ଲେଙ୍କା, ଅରବିନ୍ଦ ଲେଙ୍କା, ଜାନକୀ ସାମନ୍ତରାୟ, ଉମାଶଙ୍କର ଜେନା, ଗୋଲକ ପଢ଼ିହାରୀ, ଶାନ୍ତି ଭୂଷଣ ଭୂୟାଁ, ମାନସ ରାଉତରାୟ, ନିରଞ୍ଜନ ମଲ୍ଲିକ, ରଶ୍ମି ରଞ୍ଜନ ରାଉତରାୟ, ପ୍ରମୋଦ ମହାନ୍ତି, ସୁଜିତ୍ ରାଉତ, ରତ୍ନାକର ରାଉତ, ସିବୁନି ସ୍ୱାଇଁ, ରଞ୍ଜନ ଜେନା, ପୀତବାସ ବେହେରା, ତନୁଜା ପାତ୍ର, କଳ୍ପନା ଲେଙ୍କା, ହୃଷିକେଶ ବେହେରା, ଶରତ ମଲ୍ଲିକ, ଚିନ୍ମୟ ବେହୁରା, ଅଶୋକ ଲେଙ୍କା, ରଞ୍ଜନ ନାୟକ, ଦୀପ୍ତିରଞ୍ଜନ ବେହୁରା, ଅଶୋକ କୁମାର ନାୟକ, ଚିତ୍ତ ରଞ୍ଜନ ବଳ, ପ୍ରଭାତ ରଞ୍ଜନ ସ୍ୱାଇଁ, ଶ୍ରେୟଶ୍ରୀ ସ୍ୱାଇଁ, ଗୋଲେଖ ପରିଡ଼ା, ପଦ୍ମ ଚରଣ ମହାନ୍ତି, ସୁମନ୍ତ ସ୍ୱାଇଁ, ନାରାୟଣ ମହାରଣା, ସ୍ୱାଧୀନ ନାୟକ, କରୁଣାକର ରାଉତ, କୁଳମଣି ଲେଙ୍କା, ବିଭାଷ ଭୂୟାଁ, ଦୁଷ୍ମନ୍ତ ଦାସ ଓ ଶଶିକାନ୍ତ ବଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ସମାବେଶରେ ବକ୍ତାମାନେ ଦେଶର ସ୍ୱାଧୀନତା ଆନ୍ଦୋଳନର ଗୌରବମୟ ଇତିହାସକୁ ସ୍ମରଣ କରିବା ସହ ନୂତନ ପିଢ଼ି ମଧ୍ୟରେ ଦେଶପ୍ରେମ, ଜାତୀୟତାବୋଧ ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ଜାତୀୟ ପତାକାର ଗୌରବ, ଦେଶାତ୍ମବୋଧକ ସ୍ଲୋଗାନ ଓ ଦେଶପ୍ରେମର ଭାବନାରେ ନୂଆ ବସଷ୍ଟାଣ୍ଡ ପରିସର ମୁଖରିତ ହୋଇଥିଲା। ଦେଶର ଅଖଣ୍ଡତା ଓ ସମାଜର ଏକତା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ସକାରାତ୍ମକ ଭୂମିକା ନେବାର ସଂକଳ୍ପ ସହ କାର୍ଯ୍ୟକ୍ରମଟି ଗରିମାମୟ ପରିବେଶରେ ସମାପ୍ତ ହୋଇଥିଲା।ରତ୍ନାକର ରାଉତ, କାମିନୀ ଜେନା, ତମସା ପାତ୍ର, ଅନୁପ ନାୟକ, ମହାସଂଘ ପକ୍ଷରୁ ପ୍ରତି ବର୍ଷ ଭଳି ଦୃଷ୍ଟିହୀନ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା।


