ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ସ୍ୱାଧୀନତା ଦିବସ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଆନନ୍ଦମାର୍ଗ ସ୍ଥିତ ସ୍ୱର୍ଗତ ଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ମୃତି କମିଟି ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଗଣେଶ୍ୱର ବେହେରା ଜାତୀୟ ପତାକା ଉତ୍ତୋଳନ କରି ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇ ଆମ ପାଇଁ ସ୍ୱାଧୀନତା ଆଣିଦେଇଥିବା ସେହି ମହାନ ସଂଗ୍ରାମୀ ମାନଙ୍କ ଗୁଣଗାନ କରି କହିଲେ ସେହି ଅମର ସହୀଦମାନଙ୍କୁ ଆମର ମନେପକାଇ ତାଙ୍କର ସ୍ମୃତିଚାରଣ କରିବାର ବେଳ ଆସିଛି। ଏହି ଅବସରରେ ବିପ୍ଳବୀ ଜେନାଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସମ୍ପାଦକ ରମଣୀରଞ୍ଜନ ରାଉତରାୟ ସଂଗ୍ରାମୀମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କରୁଣାକର ଦାସ, ମୁକ୍ତାର ଖାଁ, ସତ୍ୟବ୍ରତ ସିଂହ, ଅକ୍ଷୟପ୍ରିୟ ଦାସ, ଗୋଲଖ ଚନ୍ଦ୍ର ପରିଡା, ଯଯାତୀକେଶରୀ ମହାନ୍ତି, ଦେବାଶିଷ କୁବେର, ମୃତ୍ୟୁଞ୍ଜୟ ସାହୁ, ନିରଞ୍ଜନ ବଳ, ସେକ ଚନ୍ଦନ, ଅଭୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ପରିବେଶବିତ ପୁରସ୍କାର ପାଇଥିବା ଅନ୍ତର୍ଯ୍ୟାମୀ ବେଜଙ୍କୁ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଓ ତ୍ରିଭୂବନ ସ୍ୱେଛାସେବୀ ସଂଗଠନ ଓ ବାଲିଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧିତ ପ୍ରତିଭା ଅନ୍ତର୍ଯ୍ୟାମୀ ବେଜ, ସାମ୍ବାଦିକ ନାମବ୍ରହ୍ମ କର ଓ ମମତା ନାୟକଙ୍କୁ ସମାଜସେବୀ କୁମର ଚନ୍ଦ୍ର ବାଇ, ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ଜେନା, ମୁକ୍ତାର ଖାଁ ଓ କମିଟିର ବହୁ ସଭ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ