ମାଲେସିଆ ଓପନ୍ ବ୍ୟାଡମିଣ୍ଟନ କ୍ବାର୍ଟରରେ ସାଇନା
ନୂଆଦିଲ୍ଲୀ : ପୁଣି ସାଇନାକୁ ମିଳିଛି ଆଉ ଏକ ସଫଳତା। କୁଆଲାଲାମ୍ପୁରରେ ଅନୁଷ୍ଠିତ ମାଲେସିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଚଳିତ ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟରେ ସାଇନା ନିଜର ଦବ୍ଦବା ଜାରି ରଖିଛନ୍ତି । ଦକ୍ଷିଣ କୋରିଆର ଆନ୍ ସେନ୍ ୟଙ୍ଗଙ୍କୁ ପରାସ୍ତ କରି ସାଇନା କ୍ବାର୍ଟରରେ ପହଞ୍ଚିଛନ୍ତି । ମାତ୍ର ୩୯ ମିନିଟ୍ ସମୟ ନେଇ ସାଇନା ୟଙ୍ଗଙ୍କୁ ପରାସ୍ତ କରିଥିଲେ । ୨୫-୨୩ ଏବଂ ୨୧-୧୨ ସେଟ୍ରେ ସାଇନାଙ୍କୁ ପରାସ୍ତ କରିଥିଲେ । ପ୍ରଥମ ସେଟ୍ଟି ଟ୍ରାଇବ୍ରେକରକୁ ଯାଇଥିବାବେଳେ ସାଇନା ନିଜ ଅଭିଜ୍ଞତା ବଳରେ ବିଜୟୀ ହୋଇଥିଲେ । ଦ୍ବିତୀୟ ସେଟ୍ଟିକୁ ସାଇନା ଅନାୟାସରେ ୨୧-୧୨ ବ୍ୟବଧାନରେ ଜିତି ନେଇଥିଲେ । କ୍ବାର୍ଟରରେ ସାଇନା କାରୋଲିନ୍ ମାରିନ୍ଙ୍କୁ ଭେଟିବେ ।