ନିର୍ଭୟ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପ୍ରସ୍ତୁତ
ସୋରଡା (ଯୁଗାବ୍ଦ ନ୍ୟୁଜ )ଚଳିତ ନିର୍ବଚନ କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପ୍ରସ୍ତୁତ ଥିବା କହିଛନ୍ତି ଥାନା ଅଧିକାରୀ ପ୍ରଭାତ ସାହୁ। ଚଳିତ ନିର୍ବାଚନ କୁ ଯେପରି ଅବାଧ, ମୁକ୍ତ, ନିରପେକ୍ଷ ଓ ନିର୍ଭୟ ରେ ଆୟୋଜନ ହେଇପାରିବ ଏବଂ ସାଧାରଣ ଭୋଟର ଯେପରି ଭାବେ ସହଜରେ ନିଜ ର ମୁଲ୍ୟବାନ ଭୋଟ ସାବ୍ୟସ୍ତ କରିପାରିବେ ଏହା ପ୍ରଶାସନ ର ପ୍ରାଥମିକତା ରହିବ। ସୋରଡା ନିର୍ବାଚନ ମଣ୍ଡଳୀ ଟି ରେ ସୋରଡା ରେ ସବୁଠାରୁ ଅଧିକ ଭୋଟର। ସୋରଡା ଥାନା ଅଧୀନରେ ୭୬ ଟି ବୁଥ ଥିବା ବେଳେ ସେଥିମଧ୍ୟ ରୁ ଗାଜଲବାଡି, ରାମନମବାଡ଼ି, ଗେଞ୍ଜା, ଗୋଛା ଆଦି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ବୁଥ ଥିବା ବେଳେ ୧୦ ଟି ସଂବେଦନଶିଳବୂଥ ରହିଛି। ଏହି ସମସ୍ତ ବୁଥ ମାନଙ୍କ ରେ କିପରି ସୁରକ୍ଷା ବ୍ୟବସ୍ଥା କଡା କଡି କରିବା ସହ ଲୋକଙ୍କ ସୁରକ୍ଷା ଦେବାରେ ପୁଲିସ ଆସ୍ଥା ଭାଜନ ହେଇପାରିବ ସେଥିପାଇଁ ପ୍ରସ୍ତୁତି ଚାଲିଛି ଯେପରି ଭାବେ ଲୋକେ ଏହି ଅଞ୍ଚଳ ମାନଙ୍କ ରେ ନିର୍ଭୟ ରେ ଭୋଟ ଦେଇପାରିବେ ସେଥିପାଇଁ ପୁଲିସ ସମସ୍ତ ପଦକ୍ଷେପ ଗ୍ରହଣ କରିବ। ନିର୍ବାଚନ କମିଶନ ଙ୍କ ନିର୍ଦେଶନାମା କୁ ପାଳନ କରିବା ପାଇଁ ପୁଲିସ ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି ଥାନା ଅଧିକାରୀ ପ୍ରଭାତ ସାହୁ। ଭାରତରେ ନିର୍ବାଚନ ଏକ ଗଣଉତ୍ସବ ଠୁ କିଛି କମ ନୁହେ ଯେଉଁଠି ୨୦୦୦ ରୁ ଅଧିକ ରାଜନୈତିକ ଦଳ ଅଂଶ କରୁଥିବା ବେଳ ୧୦୦ କୋଟି ରୁ ଉର୍ଦ୍ଧ ଜନତା ଗଣତନ୍ତ୍ର ର ମୂଲ୍ୟବୋଧ କୁ ବୁଝି ଯେପରି ସଠିକ ସରକାର ଗଠନ କରିବାରେ ସହାୟକ ହେବେ ସେଥିପ୍ରତି ସଜାଗ ରହି ସରକାର ଗଠନ ରେ ନିଜ ରାଜନୈତିକ ଅଧିକାର କୁ ସାବ୍ୟସ୍ତ କରନ୍ତି ସେଥିପାଇଁ ଆମେ ଗର୍ବିତ। ନିର୍ବାଚନ ବେଳେ ଅନେକ ସମୟରେ ପୁଲିସ ତରଫରୁ ପେଟ୍ରୋଲିଂ କଡାକଡି କରାଯାଇଥାଏ ଏବଂ ରାତି ୧୦ ଟା ପରେ ବାହାରେ ବୁଲିବା ଏଣେତେଣେ ବସିବା ଏକ ସଂବେଦନ ଶିଳଘଟଣାହୋଇଥିବା ବେଳେ ଏଥିପ୍ରତି ଜନତା ସଚେତନ ହୁଅନ୍ତୁ ଏବଂ ରାତିରେ ବାହାରେ ନବୁଲି ପୁଲିସ ସହଯୋଗ କରିବା ପାଇଁ ମଧ୍ୟ ଥାନା ଅଧିକାରୀ ପ୍ରଭାତ ସାହୁ କହିଛନ୍ତି। ବାଇକ ଚଳାଇବା ବେଳେ ଲାଇସେନ୍ସ ଓ ଆର ସି ସାଙ୍ଗରେ ନେଇଯିବା ସହ କୌଣସି ଅଜଣା ଲୋକଙ୍କୁ ଗାଡି ଦେବା ରୁ ନିବୃତ ରୁହନ୍ତୁ, ଏବଂ ନାବାଳକ ମାନକୁ ଗାଡି ନଦେବା ପାଇଁ ମଧ୍ୟ ନିବେଦନ କରିଛନ୍ତି ଥାନା ଅଧିକାରୀ। ବାଇକ ଚେକିଙ୍ଗ ଏକ ସୁରକ୍ଷା ପ୍ରକ୍ରିୟା ଏଥିରେ ଭୟଭୀତ ନହୋଇ ପୁଲିସ କୁ ସହଯୋଗ କରିବା ସହ ଚଳିତ ନିର୍ବାଚନ ରେ ନିର୍ଭୟ ରେ ନିଜ ମତ ସାବ୍ୟସ୍ତ କରିବା ପାଇଁ କହିଛନ୍ତି ପ୍ରଭାତ ସାହୁ। ଭୋଟର ପରିଚୟ, ଡି॰ଏଲ, ପାନ କାର୍ଡଏବଂ ଅନ୍ୟାନ ପରିଚୟ ପତ୍ର ସଙ୍ଗେ ନେଇ ନିଜର ମୂଲ୍ଯବାନ ଭୋଟ ଦିଅନ୍ତୁ ଏବଂ କୌଣସି ଜାଗାରେ ଯଦି କିଛି ଅସୁବିଧା ହୁଏ ସଙ୍ଗେ ସଙ୍ଗେ ପୁଲିସ ର ନଜର କୁ ଆଣନ୍ତୁ ।ସମସ୍ତେ ଯେପରି ନିର୍ଭୟ ରେ ଭୋଟ ଦେଇପାରିବେ ସେଥିପାଇଁ ପୁଲିସ ଆପଣଙ୍କ ସହ ଥିବା କହିଛନ୍ତି ଥାନା ଅଧିକାରୀ। ତେବେ ଅନେକ ସମୟରେ ନିର୍ବାଚନ ବେଳେ ରାଜନେତା ଙ୍କ ବିଭିନ୍ନ ପ୍ରଲୋଭନରେ ଆସି କିଛି ବ୍ୟକ୍ତି ଅସମାଜିକ କାର୍ଯ୍ୟ ରେ ଲିପ୍ତ ରହିବା ସହ ଭୋଟର ଙ୍କୁ ଧମକ ଚମକ ଦେବା ଭଳି ଅପରାଧ କରିଥାନ୍ତି ତେଣୁ ଏଥିପ୍ରତି ନିବୃତ ରହିବା ସହ ନେତା ଙ୍କ ପ୍ରଲୋଭନରେ ମ ଆସି ନିରପେକ୍ଷ ଓ ନିର୍ଭୟ ଭାବେ ନିଯ ମତ ସାବ୍ୟସ୍ତ କରନ୍ତୁ। ସୋରଡା ରେ ଚଳିତ ବର୍ଷ ଶତାଧିକ ବର୍ଷ ର ଲୋକ କଳା ଓ ସଂସ୍କୃତି ଓ ପରମ୍ପରା ଭାବେ ପ୍ରସିଦ୍ଧ ଦଣ୍ଡନାଚ ହେଉଥିବା ବେଳେ ଅନେକ ସମୟ ରେ ଏହି ନୃତ୍ୟ କୁ ଦେଖିବା ପାଇଁ ଲୋକେ ଅଧରାତିରେ ବୁଲୁଛନ୍ତି ଏବଂ ପୁଲିସ ଆଗରେ ମଧ୍ୟ ପଡ଼ୁଛନ୍ତି ତେଣୁ ଏପରି ସ୍ଥିତି ରେ ନିଜର ସବିଶେଷ ତଥ୍ୟ ଓ ପରିଚୟ ପୁଲିସ କୁ ଦିଅନ୍ତୁ । ନିର୍ବାଚନ ପାଇଁ ଜେପରି ଏହି ଲୋକ କଳା ଓ ପରମ୍ପରା କୁ ପାଳନ କରିବା ପାଇଁ କୌଣସି ବାଧା ନ ଉପୁଜେ ଓ ଲୋକଙ୍କ ଭକ୍ତି ଓ ସଦଭାବନା ପ୍ରତି ଯେପରି ଆଘାତ ନ ଲାଗେ ସେଥିପାଇଁ ପୁଲିସ ଚେଷ୍ଟାରତ ବୋଲି କହିଛନ୍ତି ଥାନା ଅଧିକାରୀ ପ୍ରଭାତ ସାହୁ। ଏ ସମସ୍ତ ଲକ୍ଷ ସେତେବେଳ ପୂରଣ ହେବ ଯେତେବେଳେ ପ୍ରତେକ ଜନସାଧାରଣ ଏହି ନିର୍ବାଚନ ଓ ସଂସ୍କୃତି କୁ ପାଳନ କରିବା ପାଇଁ ପୁଲିସ କୁ ସହଯୋଗ କରିବେ। ଏକ ଅବଧ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିବା ସହ ଭୋଟର ମାନକୁ ଏହି ରାଜନୈତିକ ଅଧିକାର ସାବ୍ୟସ୍ତ କରି ସରକାର ଗଠନ ପାଇଁ ନିଜ ର ମୂଲ୍ଯବାନ ଭୂମିକା କୁ ଯଥାଚିତ ଉପଯୋଗ କରିବା ପାଇଁ ନିବେଦନ କରିବା ସହ ସମସ୍ତ ଭୋଟର ମାନଙ୍କୁ ସୁବେଛା ଜଣାଇଛନ୍ତି।


