ଆଜି ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରଭାବିତ ହବ କି ଲୋକ କଳା ଦଣ୍ଡନାଚ?
ସୋରଡା-(ଯୁଗାବ୍ଦ ନ୍ୟୁଜ)ଗଞ୍ଜାମ ଜିଲ୍ଲା ରେ ବିଭିନ୍ନ ନିଜ ଦଳ ର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ବାଚନ ରାଲୀମାନ ଆୟୋଜନ ହେଉଛି। ଏ ନେଇ ସୋରଡା ରେ ମଧ୍ୟ ଏହି ନିର୍ବାଚନି ସଭା ର ଆୟୋଜନ ହେବ। ସୋରଡା ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଏହି ସୋରଡା ଗସ୍ତ କୁ ସଫଳ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଜୋରଧରିଛି। ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ସୋରଡା ମିନିଷ୍ଟାଡିୟାମ ରେ ପହଞ୍ଚିବା ପରେ ନିର୍ବାଚନୀ ସଭା ରେ ବଡଦାଣ୍ଡ ଠାରେ ଯୋଗ ଦେଇ ସମବେତ ଜନସାଧାରଣ ଙ୍କୁ ନିଜ ଦଳର ଆଭିମୁକ୍ଷ ଦଳୀୟ ପ୍ରାର୍ଥୀ ଙ୍କୁ ଭୋଟ ଦେବା ପାଇଁ ପ୍ରଚାର କରିବେ। ତେବେ ଏ ନେଇ ଚୁଡାନ୍ତ ନିସ୍ପତି ନହେଲେ ମଧ୍ୟ ଅତିଶୀଘ୍ର ଏହି କାର୍ଯ୍ୟକ୍ରମ ସୂଚନା ଚୂଡାନ୍ତ ହେବାର ସମ୍ଭାବନା ଅଧିକ ରହିଛି। ତେବେ ସୋସିଆଲ ମିଡିଆ ରେ ମଧ୍ୟ ଏକ କାର୍ଜ୍ୟସୁଚି ବୁଲୁଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜ ବସ ଯୋଗେ ସୋରଡା ଗଣିଛକ, ରଥଛକ ,ବଡଦାଣ୍ଡ ଓ ଆଡପମଣ୍ଡପ,ଗୋପାଳପୁର ଶାସନ,ପାଲକାଟୁ,ଲାଠିପଡା,କୁଲାଙ୍ଗି,କଣ୍ଟେଇପଲ୍ଲୀ ଦେଇ କ୍ଷେତ୍ରୀୟବରପୁର ଠାରେ ନିର୍ବାଚନୀ ସଭା ଆୟୋଜନ ପରେ ଚାଲିଯିବାର ଏକ ସୂଚୀ ବୁଲୁଛି ତେବେ ଏହି ସୂଚୀ ର ସତ୍ୟତା କିଛି ନଥିବା ଏବଂ ଏ କୌଣସି ସୂଚନା ଆସିନଥିବା କହିଛନ୍ତି ଥାନା ଅଧିକାରୀ ପ୍ରଭାତ ସାହୁ କିନ୍ତୁ ମୁଖ୍ୟମନ୍ତ୍ରୀ ରୋଡସୋ କରିବେ କି ନିର୍ବାଚନୀ ସଭା ରେ ଯୋଗ ଦେବେ ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ଜଣାପଡିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଏହି ଗସ୍ତରେ ପାଖାପାଖି ୧୦,୦୦୦ଲୋକଙ୍କ ଜନସମାଗମ ନେଇ ପ୍ରଶାସନ ଆକଳନ କରୁଛି। ଏହି ଗସ୍ତ କୁ ସଫଳ କରିବା ପାଇଁ ସୋରଡା ବିଜେଡି ତରଫରୁ ପ୍ରସ୍ତୁତି ମଧ୍ୟ ଜୋରଧରିଛି। ମୁଖ୍ୟମନ୍ତ୍ରୀ ଙ୍କ ଏହି ନିର୍ବାଚନୀ ଗସ୍ତ ନିର୍ବାଚନ ଦ୍ରୁଷ୍ଟି କୋଣରୁ ଯେତିକି ଗୁରୁତ୍ବପୂର୍ଣ ସେତିକି ସୋରଡା ଜନସାଧାରଣ ଙ୍କ ପାଇଁ ଏହି ଅଞ୍ଚଳର ଲୋକ କଳା,ସଂସ୍କୃତି ଓ ପରମ୍ପରା ପାଳନ କରିବା ସେତିକି ଗୁରୁତ୍ବପୂର୍ଣ। ଆସନ୍ତା ୧୩ ତାରିଖ ଦିନ ସୋରଡା ର ଶତାଧିକ ବର୍ଷ ର ଲୋକ କଳା ଓ ପରମ୍ପରା ର ପ୍ରତୀକ ଭାବେ ଥିବା ଦଣ୍ଡନାଚ ର ଅନ୍ତିମ ମାସନ୍ତ ଯାତ୍ରା। ଏହି ଦିନ ସୋରଡା କୁ ହଜାର ହଜାର ଜନସାଧାରଣ ଏହି ପରମ୍ପରା କୁ ଦେଖିବା ପାଇଁ ଉପସ୍ଥିତ ହୁଅନ୍ତି। ସୋରଡା ବଡଦାଣ୍ଡ ରେ ସୋରଡା ର ତିନୋଟି କାମ୍ୟଦଣ୍ଡ ଦଳ,ଶ୍ରୀ ଶ୍ରୀ ପଞ୍ଚାନନକାମ୍ୟଦଣ୍ଡ(ବଡପୁଞ୍ଜା),ଶ୍ରୀ ଶ୍ରୀ ପଞ୍ଚାନନକାମ୍ୟ ଦଣ୍ଡ(ମଝିଆ ପୁଞ୍ଜା) ଓ ଶ୍ରୀ ଶ୍ରୀ ବୃଧଲିଙ୍ଗେଶ୍ଵର କାମ୍ୟଦଣ୍ଡ(ସାନ ପୁଞ୍ଜା)ର ଦଣ୍ଡଯାତ୍ରା ବଡଦାଣ୍ଡ ରେ ଆୟୋଜିତ ହୋଇଥାଏ ଯାହା ମଧ୍ୟାହ୍ନ ରେ ଆରମ୍ଭ ହୋଇ ଅପରାହ୍ନ ୪ ଟା ରେ ସମାପ୍ତ ହୋଇଥାଏ। ଯଦି ଏହିଦିନ ନିର୍ବାଚନୀ ସଭା ଆୟୋଜନ ରେ ଦଣ୍ଡନାଚ ରେ କୌଣସି ପ୍ରଭାବ ପଡି ବାଧା ସୃଷ୍ଟି ହେଲେ ନିଶ୍ଚିତ ଭାବେ ଏହା ସାଧାରଣ ଜନତା ଙ୍କ ଉପରେ ପ୍ରଭାବ ପକାଇବ। ଦୀର୍ଘ ବର୍ଷ ଧରି ସୋରଡା ରେ ପ୍ରତୀଟି ଲୋକଙ୍କ ପ୍ରାଣବିନ୍ଦୁ ରେ ଏହି ଦଣ୍ଡନାଚ ର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ତେଣୁ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଇ ଯେପରି ନିର୍ବାଚନ ଯୋଗୁଁ ଏହି ଲୋକ କଳା ପାଳନ କରିବାରେ କୌଣସି ଅସୁବିଧା ନଉପୁଜେ ସେଥିପାଇଁ ପୂର୍ବ ରୁ ପ୍ରସ୍ତୁତି କରିବା ଶ୍ରେୟସ୍କର ବୋଲି ଅଞ୍ଚଳବାସୀଙ୍କ ମତ। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ରେ ସହର ର ସୁରକ୍ଷା ଦ୍ରୁଷ୍ଟି ରୁ ଏହି ଦଣ୍ଡନାଚ ରେ ଯେପରି କୌଣସି ଅସୁବିଧା ନଉପୁଜେ ସେଥିପ୍ରତି ପ୍ରଶାସାନ ସଜାଗ ରହିଲେ ନିର୍ବାଚନ ସଭା ସହ ଏହି ଦଣ୍ଡନାଚ ସୁରୁଖୁରୁରେ ଆୟୋଜନ ହେଇପାରିବ ବୋଲି ସହରବାସୀ ଙ୍କ ମତ।


