ଝାଡ଼ପଡ଼ାରେ ୩୫ କୋଠି ଦଣ୍ଡ ବନ୍ଦାଣ
ରଣପୁର ( ଯୁଗାଦ୍ଧ ନ୍ୟୁଜ); ରଣପୁର ଥାନା ଝାଡପଡା ଠାରେ ଗୁରୁବାର ଅପରାହ୍ନରେ ୩୫ କୋଠି ଦଣ୍ଡ ବଣ୍ଡ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଝାଡପଡା ହାଇସ୍କୁଲ ପଡିଆରେ ଆଞ୍ଚଳିକ କମିଟି ତରଫରୁ ଏହି ଦଣ୍ଡ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ରଣପୁର ବ୍ଲକ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାର ବହୁ କୋଠି ଏଥିରେ ଯୋଗଦେଇଥିଲେ । ପ୍ରାୟ ୧୫/୨୦ ହଜାରରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶୋଭାଯାତ୍ରାରେ ଗୋଟିଏ ପରେ ଗୋଟିଏ ଦଣ୍ଡ ଠାକୁର ମଞ୍ଚାସୀନ ହୋଇଥିଲେ । ନୀଳକଣ୍ଠେଶ୍ୱ ଦେବ, ବାଲୁଙ୍କେଶ୍ୱଦେବ, ଚଣ୍ଡେଶ୍ୱର ଦେବ, ବାଙ୍କନିଧି ଦେବ, ଇଶାନେଶ୍ୱରଦେବ, କମଳେଶ୍ୱରଦେବ ଆଦି ଠାକୁରଙ୍କ ଉପସ୍ଥିତି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ବେଶ୍ ବିମୋହିତ କରିଥିଲା । ଅପରାହ୍ନରେ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ୩୫ଟି ପାଟ ଦଣ୍ଡ ନିକଟସ୍ଥ ନଦୀ ପୋଖରୀରେ ପାଣି ତୋଳା ପର୍ବ ସାରିବାପରେ ଝାଡପଡା ପଡିଆରେ ଏକତ୍ରିତ ହୋଇଥିଲେ । ଏହି ସମୟରେ ଝାଡପାଡା ବାସୀଙ୍କର ପୂର୍ଣ କଳସୀ ଥୁଆହୋଇ ସାହି ଦାଣ୍ଡକୁ ଆମ୍ବ ତୋରଣରେ ସଜ୍ଜିତ କରାଯାଇଥିଲା ଏବଂ ପରେ ପଟୁଆରରେ ଝାଡପଡା ଗ୍ରାମର ପ୍ରତ୍ୟକ ସାହି ପରିକ୍ରମା କରି ୩୫କୋଠି ପାଟ ଦଣ୍ଡ ଠାକୁର ଆସ୍ଥାନକୁ ବିଜେ ହୋଇଥିଲେ । ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ନୀଳକଣ୍ଠେଶ୍ୱର ଦେବ ଥାନପତି ଭାବେ ଅଭିଷିକ୍ତ ହୋଇ ଅନ୍ୟ ଠାକୁରଙ୍କୁ ସ୍ୱାଗତ ପତନୀ ପ୍ରଦାନ କରିଥିଲେ । ଏହାପରେ ଆୟୋଜକ ପ୍ରମୋଦ କୁମାର ରାଉତରା ଓ ମାନସିକ ବ୍ରତଧାରୀ ବିଧି ଅନୁଯାୟୀ ଧୂପ ଦୀପ ଦେଇ ପୂଜା କରିଥିଲେ । କାର୍ଯ୍ୟକ୍ରମରେ ୧୫ ଇଟାଲୀୟ ପର୍ଯ୍ୟଟକ ଆସି ଶିବମହିମା ଉପଭୋଗ କରିଥିଲେ । ପାଇଁ ପ୍ରଦ୍ୟୁମ୍ନ ସାଥୁଆ, ଜଗନ୍ନାଥ ବରାଡ, ଅଧ୍ୟାପକ କାଶିନାଥ ପ୍ରଧାନ, ଅଶୋକ ରାଇସିଂହ, କିଶୋର ପଟ୍ଟନାୟକ, ପ୍ରଶାନ୍ତ ଷଡ଼ଙ୍ଗି ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପକ ସଞ୍ଜିବ ପରିଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସମାଜସେବୀ ରଞ୍ଜନ ପରିଡା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଝାଡପଡା ପଞ୍ଚାୟତବାସୀଙ୍କ ସମେତ ଗୋପାଳପୁର, ଚମ୍ପାପେଡି, ନରସିଂହପୁର, ମୟୁରଝାଲିଆ ଓ ଜଙ୍କିଆ ପଞ୍ଚାୟତର ଗ୍ରାମବାସୀ ସହଯୋଗ କରିଥିଲେ । ଚାନ୍ଦପୁର ପୁଲିସ ଶାନ୍ତି ଶୃଙ୍ଗଳା ରକ୍ଷା କରିଥି


