୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଶୁକ୍ରବାର ଉତ୍ତର ପ୍ରଦେଶର କନୌଜ ଜିଲାରେ ହୋଇଥିବା ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶନିବାର ସକାଳେ ଟୁଇଟ୍ କରି କହିଛନ୍ତି, ଉତ୍ତର ପ୍ରଦେଶର କନୌଜରେ ହୋଇଥିବା ଭୀଷଣ ସଡ଼କ ଦୁର୍ଘଟଣା ଗଭୀର ଦୁଃଖ ଆଣି ଦେଇଛି। ଏଥିରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଛି। ମୁଁ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛି। ଆହତମାନେ ଶୀଘ୍ର ଭଲ ହୋଇଯିବାକୁ କାମନା କରିଛନ୍ତି । ଏହି ଘଟଣାକୁ ନେଇ କରିବା ସହ ସରକାରଙ୍କ ତରଫରୁ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଓ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସୂଚନାଅନୁସାରେ ଉତ୍ତର ପ୍ରଦେଶର କନୌଜରେ ଶୁକ୍ରବାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଦିଲ୍ଲୀ-କାନପୁର ଜେଟି ରୋଡ଼ରେ ଗୁରସହାୟଗଞ୍ଜରୁ ଜୟପୁର ଯାଉଥିବା ଏକ ଡ଼ବଲ ଡ଼େକର ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ବସରେ ଥିବା ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ