ସିଂହଦ୍ବାରରେ ରହିବ ରଥ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡରରେ ରଥଯାତ୍ରାର ଏକ ପରିକଳ୍ପିତ ଦୃଶ୍ୟ ମୁଖ୍ୟମନ୍ତ୍ରୀ ଲୋକଲୋଚନକୁ ଆଣିଥିଲେ। ହେଲେ ଦେଖାଯାଇଥିବା ଆନିମେଟେଡ ଦୃଶ୍ୟରେ ରଥଯାତ୍ରା ସିଂହଦ୍ବାର ପରିବର୍ତ୍ତେ ରଥଖଳାରୁ ହେବା ନେଇ ଦେଖିବାକୁ ମିଳିଥିଲା ଓ ଅରୁଣ ସ୍ତମ୍ଭ ମଧ୍ୟ ନଥିଲା ଯାହାକୁ ନେଇ ବିବାଦ ଓ ଦ୍ଵନ୍ଦ ଉପୁଜିଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶିତ ଦୃଶ୍ୟରେ ରଥଯାତ୍ରା ରଥଖଳାରୁ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ଶୁକ୍ରବାର ପ୍ରକଳ୍ପର ଆର୍କିଟେକ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ଏଥିରେ ରଥଯାତ୍ରାର ସ୍ଥାନ ସିଂହଦ୍ବାରରେ ହିଁ ରହିବ ବୋଲି କୁହାଯାଇଛି ଆଉ କିଛି ମଧ୍ୟ ନକ୍ସା ସଂଶୋଧିତ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହା କେବଳ ତ୍ରୁଟି ଥିଲା ବୋଲି ଉକ୍ତ ଆର୍କିଟେକ ସଂସ୍ଥା ସ୍ପଷ୍ଟ କରିଛି। ସବୁ କିଛି ପରମ୍ପରା ଅନୁଯାୟୀ ହେବ ବୋଲି କୁହାଯାଇଛି।
ଏବେ ହୋଇଥିବା ବ୍ୟାରିକେଡ କାକୁଡିଖାଇ ଛକକୁ ସ୍ଥାନାନ୍ତର ହେବ। ଏହି ନକ୍ସାର ଚୂଡାନ୍ତ ଡିଜାଇନ ଫେବୃଆରୀରେ ଆସିବ। ଅନ୍ୟପଟେ ଜଗନ୍ନାଥ ମହାପ୍ରଭୁଙ୍କ ୬୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଘରୋଇ ବ୍ୟାଙ୍କରେ ଜମା ହେବା ନେଇ ମଧ୍ୟ ପରିଚଳନା କମିଟି ସଦସ୍ୟ ଆପତ୍ତି କରିଛନ୍ତି। ବିନା ପରିଚାଳନା କମିଟି ଅନୁମୋଦନରେ ଏତେ ଟଙ୍କା ଏକ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ ରହିବା ଠିକ ନୁହେଁ। ଏହାକୁ ଅଗାମୀ ପରିଚଳନା କମିଟି ବୈଠକରେ ଉପସ୍ଥାପନା କରାଯାଇ ମହାପ୍ରଭୁଙ୍କ ଅର୍ଥ ସୁରକ୍ଷିତ କରିବା ପାଇଁ ଦାବି କରାଯିବ ବୋଲି ସେବାୟତ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ