ସୁରଥ ଭୋଟରଙ୍କ ଉପରେ ସବୁ ନେତାଙ୍କ ନଜର
ହିଂଜିଳିକାଟୁ, ଶେଷଦେବ ସାହୁ (ଯୁଗାବ୍ଦ ନ୍ୟୁଜ): ଚଳିତ ନିର୍ବାଚନରେ ସବୁ ରାଜନେତାଙ୍କନଜର । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବ୍ରହ୍ମପୁରରେ ସର୍ବନିମକନ ମତଦାନ ହୋଇଥିବା ବେଳେ କାହା ସପକ୍ଷରେ ଭୋଟ ଯାଇଛି ତାହା ଆକଳନ କରିବା କଷ୍ଟ । ଏତେ ସଚେତନ ପରେ ମଧ୍ୟ କାହିଁକି ଭୋଟର ନିର୍ବାଚନ ପ୍ରତି ମନ ଫେରାଇ ନେଲେ ତାହା ନିଶ୍ଚୟ ଆଲୋଚ୍ୟ । ପକୃତରେ ଭୋଟର, ପ୍ରାର୍ଥୀଙ୍କୁ ନେଇ ନା ଭୋଟର ମାନଙ୍କୁ ସୁହାଇଲଶ ଭଳି କୌଣସି ଇସ୍ତହାର ଦେବାରେ ସବୁ ରାଜନୈତିକ ବିଫଳ ତାହା ମଧ୍ୟ ଆଲୋଚନା ସରଗରମ ହୋଇଛି । ୨ୟ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବର୍ତମାନ ଏହି ନିର୍ବାଚନ ଉପରେ ଦଳୀୟ ନେତାଙ୍କ ନଜର । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଉକ୍ତ ଅଂଚଳର ନେତା ମାନେ ବର୍ତମାନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି । ଓଡ଼ିଶାରେ ଏହି ନିର୍ବାଚନ ପାଇଁ ବର୍ତମାନ ସୁରଥରେ ରହି ଆସୁଥିବା ଓଡ଼ିଶାର ଭୋଟର ମାନଙ୍କ ଉପରେ ସବୁ ରାଜନୈତିକ ଦଳର ନଜର ରହିଛି । ଭାରତୀୟ ନ୍ତା ଦଳ ପୁର୍ବରୁ ଏ ଡେନଇ ସୁରଥରେ ହୋମୱାର୍କ କରିଥିବା ବେଳେ ବିଜେଡ଼ି ମଧ୍ୟ ପଛରେ ନାହିଁ । ସୁରଥରେ ଓଡ଼ିଶା ମହୋତ୍ସବ ଆୟୋଜନ କରି ଓଡ଼ିଆଙ୍କ ବେଶ ନିକଟବର୍ତି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଓଡ଼ିଶା ମହୋତ୍ସବ ଆୟୋଜନକ୍ରି ଲକ୍ଷାଧିକ ଓଡ଼ିଆଙ୍କୁ ଜମା କରିବାରେ ସଫଳ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସୁରଥରେ ଓଡ଼ିଶାର ଗଂଜାମ ଜିଲ୍ଲାର ଅଧିକରୁ ଅଧିକ ଲୋକ କାର୍ଯ୍ୟରତ ଥିଲା ବେଳେ ଗଂଜାମ ଜିଲ୍ଲାର ସୋରଡ଼ା ବିଧାୟକ ପୁଣ୍ଣଚନ୍ଦ୍ର ସ୍ୱାଇଁ, ଗୋପାଳପୁର ବିଧାୟକ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ପୋଲସରା ବିଧଅୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଅନ୍ୟାନ ଦଳୀୟ ନେତୃବୃନ୍ଦଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲ । କିଛ ପରିମାଣରୋ ସଫଳ ମଧ୍ୟ ହୋଇଥିଲେ । ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓଡ଼ିଆ ସ୍କୁଲ, କଲେଜ ଖୋଲିବା ଘୋଷଣା ନିଶ୍ଚିତ ଭାବେ ସେଠାରେ ରହି ଆସୁଥିବା ଓଡ଼ିଆଙ୍କୁ ପ୍ରଭାବିତ କରିଛି । ବିରୋଧୀ କିନ୍ତୁ ଏହାକୁ ରାଜନୈତିକ ରଙ୍ଗ ଦେଉଛନ୍ତି । ବିଜେପି ଓ ବିଜେଡ଼ି ତରଫରୁ ଏହି ଭୋଟର ମାନଙ୍କୁ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଲାଇଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏହି ଭୋଟର ମାନଙ୍କୁ କିପରି ଆକୃଷ୍ଟ କରିହେବ ସେଥିପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରୀ ରହିଥିବା ବାଟେଘାଟେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ନେତାଙ୍କ ଅର୍ଥ ପ୍ରଲୋଭନରେ କୌଣସି ପ୍ରକାର ଅପରାଧ କରି ପୁଣି ସୁରଥ ଚାଲିଯିବା ଘଟଣାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏ ଦିଗରେ ପୋଲିସ ପ୍ରଶାସନ ମଧ୍ୟ ଭୋଟରଙ୍କ ଉପରେ ନଜର ରଖିବାର ଆବଶ୍ୟକତା ଥିବା ବୁଦ୍ଧିଜିବୀ ମାନେ ହୃଦବୋଧ କରିଛନ୍ତି । ଗଂଜାମ ଜିଲ୍ଲାର ବହୁ ଓଡ଼ିଆ ସୁରଥରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ଏହି ଭୋଟର ମାନେ ନେତାଙ୍କ ପ୍ରଲୋଭନରେ ପ୍ରଲୋଭିତ ହୋଇ ନିଜର ଭୋଟ ଦେଉଛନ୍ତି ନା ଭୋଟ ଦେଇ ନିର୍ବାଚନକୁ ଜଟିଳ କରି ପରିବର୍ତନର ବାର୍ତା ଦେଉଛନ୍ତି ତାହା ଏହି ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।


