ଇନ୍ସଲ୍ଭେନ୍ସି କେସ୍: ଏସାର୍କୁ ପେମେଣ୍ଟ ପାଇଁ  ଆର୍ସେଲର୍ ମିତ୍ତଲକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ): ଏସାର୍ ଷ୍ଟିଲ୍ ଇନ୍ସଲ୍ଭେନ୍ସି କେସ୍ରେ ଏକ ନୂଆ ମୋଡ଼ ସୃଷ୍ଟି ହୋଇଛି । ସୁପ୍ରିମ କୋର୍ଟ ଆର୍ସେଲର୍ ମିତ୍ତଲକୁ ୪୨ହଜାର କୋଟି ଟଙ୍କାର ପେମେଣ୍ଟକୁ ଅଟକାଇ ଯାଥାସ୍ଥିତି ବଜାୟ ରଖିବାକୁ ଆଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଟ୍ରିବ୍ୟୁନାଲ୍କୁ ଅତିଶୀଘ୍ର ଏହି କେସ୍ ସହିତ ସମ୍ପୃକ୍ତ ଯାଚିକା ଉପରେ ନିଷ୍ପତ୍ତି ନେବାକୁ କହିଛନ୍ତି । ଏସ୍ାର ଷ୍ଟିଲ୍ ପାଇଁ ଆର୍ସେଲର୍ ମିତ୍ତଲର ବୋଲିକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ଅପିଲିୟ ନ୍ୟାୟାଧିକରଣ (ଏନ୍ସିଏଲ୍ଏଟି)ର ମଞ୍ଜୁରୀ ମିଳିବା ଦ୍ୱାରା ଋଣଦାତାକୁ ବଡ଼ଧରଣର ଆଶ୍ୱସ୍ତି ମିଳିଥିଲା । ଏନ୍ସିଏଲ୍ଏଟି ଆର୍ସେଲର୍ ମିତ୍ତଲଙ୍କୁ ୪୨ହଜାର କୋଟି ଟଙ୍କାର ବୋଲିକୁ ମଞ୍ଜୁରୀ ଦେବା ପରେ ୨ବର୍ଷ ଧରି ଚାଲିଥିବା ଏହି କେସ୍ ଅନ୍ତିମ ସ୍ତରରେ ପହଞ୍ଚିଥିବା ଭଳି ଜଣାପଡ଼ିଥିଲା । ଏନ୍ସିଏଲ୍ଏଟି ପକ୍ଷରୁ କୁହାଯାଇଥିଲା ଯେ ଏହା ବିଶ୍ୱର ପ୍ରତିଷ୍ଠିତ ଇସ୍ପାତ କମ୍ପାନୀ ଆର୍ସେଲର୍ ମିତ୍ତଲକୁ ୨୩ଏପ୍ରିଲର ଆଗାମୀ ଶୁଣାଣୀ ସମୟରେ ଏସାର୍ ଷ୍ଟିଲ୍ର ଅଧିଗ୍ରହଣ ପାଇଁ ୪୨ହଜାର କୋଟି ଟଙ୍କାର ବୋଲି ରାଶିକୁ ଭିନ୍ନ ଏକ ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେବାର ସମ୍ଭାବନା ରହିଛି । ପୀଠ ଆର୍ସେଲର୍ ମିତ୍ତଲଙ୍କୁ ଏକ ଶପଥ ପତ୍ର ଦେବାକୁ ମଧ୍ୟ କହିଥିଲେ । ଯେଉଁଥିରେ ଋଣରେ ବୁଡ଼ି ରହିଥିବା ଏସାର୍ ଷ୍ଟିଲର ସମାଧାନ ଯୋଜନାର କାର୍ଯ୍ୟକାରୀତାକୁ ନେଇ କେଉଁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ, ସେ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ