ଜାତୀୟସ୍ତରୀୟ ଅଧିକାରୀଙ୍କ ସୁପର-୩୦ କାର୍ଯ୍ୟକ୍ରମ ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାକୁ ଭାରତ ସରକାରଙ୍କ ଆକାଂକ୍ଷା ଏସପିରେସନାଲ ଜିଲା ଭାବେ ସାମିଲ କରାଯିବାପରେ ଜିଲାରେ କଣ କାର୍ଯ୍ୟକ୍ରମ ଚାଲିଛି ତାହା ଅନୁଧ୍ୟାନ କରିବାପାଇଁ ପାରଳାଖେମୁଣ୍ଡି ଗସ୍ତରେ ଆସିଛନ୍ତି ଭାରତ ସରକାରଙ୍କ ନାଫେଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ତଥା ଏହି ଆକାଂକ୍ଷା ଏସପିରେସନାଲ ମାନଙ୍କ ପ୍ରଭାରୀ ଅଧିକାରୀ ସଞ୍ଜୀବ ଚଢା । ଗଜପତି ଜିଲାରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଉଦ୍ଦ୍ୟମ ହେଉଥିବାବେଳେ ଜିଲାପାଳ ଅନୁପମ ସାହାଙ୍କୁ ନିଜସ୍ୱ ଉଦ୍ଦ୍ୟମରେ ଆରମ୍ଭ କରାଯାଇଥିବା ଟିଚ୍ ଗଜପତି ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ବେସ ସଫଳତା ପାଇବାପରେ ଆଉ ଏକ ଅଭିନବ ପରିକଳ୍ପନା କାର୍ଯ୍ୟକାରୀ କରାଯାଉଛି ସୁପର-୩୦ କାର୍ଯ୍ୟକ୍ରମ । ଏହା ଦ୍ୱାରା ଆଗମୀ ମେଟ୍ରିକ ପରୀକ୍ଷା ଦେବା ବିଦ୍ୟାର୍ଥୀମାନଙ୍କୁ ସ୍ୱତନ୍ତ୍ର ପରୀକ୍ଷା ମାଧ୍ୟମରେ ୩୦ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ବଛାଯାଇ ଜିଲା ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ସୁପର-୩୦ ବିଦ୍ୟାଳୟରେ ରଖାଯାଇ ପାଠ ପଢାଯାଉଛି । ଏଥିପାଇଁ ମାଗଣାରେ ଆବାସିକ ବିଦ୍ୟାଳୟ କରାଯାଇଛି । ବିଦ୍ୟାର୍ଥୀମାନେ ସମସ୍ତ ସମୟ ସାରଣୀ ପ୍ରକାରେ ରହିବା, କେବେ କଣ ଖାଇବା, କଣ ପାଠ ପଢିବା, ଯୋଗ ପ୍ରଭୃତି ଉପରେ ସମସ୍ତ ବିଷୟ ମେନୁ ପ୍ରକାରେ ପ୍ରସ୍ତୁତି ହୋଇଛି । ଏହି ସୁପର-୩୦ ବିଦ୍ୟାଳୟକୁ ଆକାଂକ୍ଷା ଏସପିରେସନାଲ ଜିଲା ପ୍ରଭାରୀ ଅଧିକାରୀ ସଞ୍ଜୀବ ଚଢା ପରିଦର୍ଶନରେ ଯାଇ ସମସ୍ତ ବିଷୟର ଅନୁଧ୍ୟାନ କରିଥିଲେ ସେ ସେଠାରେ ପରିବେଶ, ପାଠପଢା ଶୈାଳୀ ରହିବା, ଖାଦ୍ୟ ପ୍ରଭୃତି ଅନୁଧ୍ୟାନ କରିଥିଲେ । ସେ ବିଦ୍ୟାର୍ଥୀମାନଙ୍କ ସହ ବାର୍ତ୍ତାଳପ ମଧ୍ୟ କରିଥିଲେ । ତେବେ ଏହି ସବୁ କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମବେଳେ ଜିଲାପାଳ ଅନୁପମ ସାହାଙ୍କ ସହ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ବିବେକକୁମାର ତ୍ୟାଗୀ, ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ