ବୁଗୁଡା ବ୍ଲକରେ ନବୋଦୟ ପରୀକ୍ଷାର୍ଥୀ ଅନୁଷ୍ଠିତ

ବୁଗୁଡା – ଶନିବାର ବୁଗୁଡା ବ୍ଳକର ଦୁଇଟି କେନ୍ଦ୍ରରେ ୩୧୮ ଜଣ ଛାତ୍ରଛାତ୍ରୀ ଜବହାର ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣା ପଡ଼ିଛି । ପିପୁଲସ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୦୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୫ ଜଣ ଅନୁପସ୍ଥିତ ଥିଲେ । ଏହି କେନ୍ଦ୍ରରେ ସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଅଧୀକ୍ଷକ ଥିବା ବେଳେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପର୍ଯ୍ୟବେକ୍ଷକ ଭାବେ କ।ର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ବିରଞ୍ଚୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୪୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୩ ଜଣ ପରୀକ୍ଷା ଦେଇଥିଲେ  ଓ ୧୪ ଅନୁପସ୍ଥିତ ଥିଲେ। । ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ ସେମାନେ ୨୦୨୦ – ୨୧ ଶିକ୍ଷା ବର୍ଷରେ ନବୋଦୟ ବିଦ୍ୟାଳୟରେ ପଢିବାକୁ ଯୋଗ୍ୟ ବିବେଚିତ ହେବେ। ଜବହାର ନବୋଦୟ ବିଦ୍ୟାଳୟ ପକ୍ଷରୁ ମୋହନ ଖର୍ଷେଲ ଉଭୟ ପରୀକ୍ଷା କେନ୍ଦ୍ରର ପର‌୍ୟ୍ୟବେକ୍ଷକ ଭାବେ ଯୋଗଦେଇ କାର୍ଯ୍ୟସମ୍ଫାଦନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ