ପ୍ରତିଭା ପୂଜା ସଂସଦ ପକ୍ଷରୁ ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା – ଜିଲ୍ଲାରେ ପ୍ରତିଭା ପୂଜାକୁ ଦୀର୍ଘ ବର୍ଷଧରି ବଜାୟ ରଖି ଆସିଥିବା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଟାଉନହଲ ପରିସରରେ ରବିବାର ପୂର୍ବାହ୍ନରେ ପ୍ରାକ୍ତନ ମନ୍ତ୍ରୀ, ବିଶିଷ୍ଟ ଜନନାୟକ, ଆଇନ ବିଶାରଦ, ଜଣେ ଦରଦି ମଣିଷ ଓ ସାରସ୍ୱତ ସାଧକ ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସ, ଅବସରପ୍ରାପ୍ତ ଆଇ.ଏ.ଏସ.ଡଃ.ଅଲେଖ ଚନ୍ଦ୍ର ପଢିଆରୀ, ଡଃ.ବୈରାଗୀ ପଟ୍ଟନାୟକ, ପୂର୍ବତଟ ରେଳବାଇର ବରିଷ୍ଠ ଜନସମ୍ପର୍କ ଅଧିକାରୀ ତଥା କବି ନିରାକାର ଦାସ ଓ ସ୍ତମ୍ବକାର ଶ୍ରୀରାମ ଚନ୍ଦ୍ର ଦାଶ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଭଳି ଜଣେ ଆଦର୍ଶ, ସଚ୍ଚୋଟ, ନିଷ୍ଠାପର, ସମସ୍ତଙ୍କୁ ଭଲ ପାଉଥିବା ଓ କର୍ମରେ ବିଶ୍ୱାସ ରଖୁଥିବା ବ୍ୟକ୍ତିତ୍ୱ ବିରଳ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡାର ସର୍ବାଙ୍ଗିନ ବିକାଶ ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଚିନ୍ତା କରୁଥିବା ସେହି ବିକାଶ ପୁରୁଷ ଆଉ ଥରେ ଜନ୍ମ ନିଅନ୍ତୁ ବୋଲି ଅତିଥିମାନେ ଅଭିବ୍ୟକ୍ତି ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ଉମେଶ ଚନ୍ଦ୍ର ସିଂ, ଡଃ.ବାସୁଦେବ ଦାସ, ଇଂ ତପନ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ରଣଧିର ଜେନା, ରବିନ୍ଦ୍ର ନାଥ ରଥ, କବି ନିରଞ୍ଜନ ମେକାପ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ମହେନ୍ଦ୍ର କୁମାର ପରିଡା, ଜଗତଜୀବନ ଦାସ, ନିରଞ୍ଜନ ଦାସ, ରମେଶ ଚନ୍ଦ୍ର ସ୍ୱାଇଁ, ଆଇନଜୀବି ଗୈାର ପ୍ରସାଦ ମହାପାତ୍ର, କବି ସୁବାଷ ପାତ୍ର, ଶିକ୍ଷାବୀତ ଭ୍ରମରବର ରାଉତ, ନାରୟଣ ସାହୁ, ଶରତ ବେହୁରା, ଗୋପାଳ ମାହାଳିକ, ନିରଞ୍ଜନ ରାଉତ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅବନ୍ତୀ ବେହେରା, କବି ମନୋଜ କୁମାର ଦାସ, ପ୍ରଶାନ୍ତ ମିଶ୍ର, ରାଜକିଶୋର ମହାନ୍ତି, ସଂଗ୍ରାମୀ ନଟବର ପ୍ରଧାନ, ଭିକାରୀ ସାହୁ, କ୍ଷେତ୍ରବାସୀ ସାହୁ, ରାମଚନ୍ଦ୍ର ବେହେରା, ସିପିଆଇ(ଏମ)ର ଗୟାଧର ଧଳ, ଯୁଧିଷ୍ଠିର ସ୍ୱାଇଁ, ନିରଞ୍ଜନ ମହାନ୍ତି, ସନ୍ତୋଷ କର, ତମସା ପାତ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସୟଦ ମୁକ୍ତାର, ଚୈତନ୍ୟ ମଲ୍ଲିକ, ଯସ୍ମିନ ବେଗମ, ଧିରେନ୍ଦ୍ର କୁମାର ଦାସ, ବିଭୂ ପ୍ରସନ୍ନ ପଟ୍ଟନାୟକ, ପଦ୍ମ ଚରଣ ସାମନ୍ତରାୟ, ଅଶୋକ କୁମାର ସାହୁ, ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂଯୋଜକ ଗୋଲଖ ପଢିଆରୀ ଅତିଥି ପରିଚୟ, ମୁକ୍ତାର ଖାଁ ସ୍ୱାଗତ ଭାଷଣ ଓ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


