କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବହୁକର୍ମୀ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଭିନ୍ନ ଭିନ୍ନ ଗ୍ରାମ ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।ସାନଖେମୁଣ୍ଡି ବିଧାୟକ ଶ୍ରୀମତି ନନ୍ଦିନୀ ଦେବୀ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଥିଲେ । ବିଜେଡି ଦଳ ତରଫରୁ ମଧ୍ୟ କର୍ମୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସୁଚନା ଅନୁଯାୟୀ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗୀ , କଲରାପଦର ,ଏରେଣ୍ଡ୍ରା ,ଗ୍ରାମ ପଞ୍ଚାୟତର ବହୁ କର୍ମୀ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଯୁବ କଂଗ୍ରେସ ସଂପାଦକ ଧିରେନ କୁମାର ରଣାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସାମିଲ ସମୟରେ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ପ୍ରଫୁଲ ସିଂ , ସାନଖେମୁଣ୍ଡି ବ୍ଲକ ଉପାଧକ୍ଷ ଓସ୍କାଡ ବ୍ୟାଙ୍କ ସଭାପତି ,ଆଡପଡା ସରପଞ୍ଚ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।