କାଳୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): କିଛିି ଦିନର ନିରବତା ପରେ ପୁଣୀ ବ୍ରହ୍ମପୁର ସହରରେ ମାତିଛନ୍ତି ଲୁଟେରା ଦଳ । ବ୍ରହ୍ମପୁର ସହର ସ୍ଥିତ ଆମ୍ବପୁଆ ଦକ୍ଷିଣକାଳୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ କରି୍ଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଶୀତ ରାତିର ସମସ୍ତେ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରା ମାନେ ଦକ୍ଷିଣକାଳୀ ମନ୍ଦିରର ଗ୍ରୀଲ କାଟିବା ସହ ଚାବି ଭାଙ୍ଗି ଲୁଟେରା ମାନେ ଲୁଟିନେଇଛନ୍ତି । ଅଭିଯୋଗ ଅନୁସାରେ ମାଙ୍କର ଦୁଇଟି ରୁପାର ମୁକୁଟ , ସୁନାର ଜୀଭ, ଆଖି ୩ ଟି ,କାନର ୨ ଟି ସହ ମାଙ୍କ ନିକଟରେ ଥିବା ୨ ଟି ହୁଣ୍ଡି ମଧ୍ୟରୁ ଗୋଟିଏ ହୁଣ୍ଡି ଧରିପଳାଇବାରେ ସଫଳ ହୋଇଥିବା ବେଳେ ଆଉ ଗୋଟିଏ ହୁଣ୍ଡିରୁ ଟଙ୍କା ସଫା କରିଦେଇଛନ୍ତି । ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ଭୋର ସକାଳ ସମୟରେ ମନ୍ଦିରର ଚାବି ଖୋଲା ରହିଥିବାର ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହା ପରେ ଗ୍ରାମବାସୀ ମନ୍ଦିର କମିଟି ତରଫରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସଂନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ ଜାରୀ ରହିଛି ।


