ବାରହା ମାଂସ ସହ ଶିକାରୀ ଗିରଫ

ବୁଗୁଡା: ବୁଗୁଡା ବନବିଭାଗ ବାରହା ମାଂସ ଜବତ ସହ ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଘଟଣାରୁ ଜଣା ପଡିଛିଯେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଜିଲିବା ଗ୍ରାମର କୁନା ସ୍ଵାଇଁ ବାରହା ଶିକାର କରି ଏକ ବ୍ୟାଗରେ ୫ କେଜି ବାରହା ମାଂସ ସହ ଛୁରୀ ଓ କଟୁରି ଧରି ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଫକୀର ମୋହନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ଶାନ୍ତନୁ ନାୟକ ଓ ବନରକ୍ଷୀ ପ୍ରଶାନ୍ତ କୁମାର ପୋଲାଇଙ୍କ ନେତୃତ୍ୱରେ ପାରାଫରେଷ୍ଟ କର୍ମଚାରୀ ବୃନ୍ଦ ଜିଲିବା ଗ୍ରାମ ନିକଟରେ ଆସମୀକୁ ଗିରଫ କରିଥିଲେ।ଏନେଇ ବୁଗୁଡା ବନାଞ୍ଚଳ କେଶ ନମ୍ବର ୨୧୯/ ୧୯-୨୦ ପ୍ରକାରେ ଏକ ମାମଲା ରୁଜ୍ଜୁ କରାଯାଇ ଶିକାରୀ କୁନା ସ୍ବାଇଁକୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ