ପ୍ରତି ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ୍ ବକ୍ସ

ଭୁବନେଶ୍ୱର : ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି । ଭୁବନେଶ୍ୱର ଏଜି ଛକ ନିକଟ ଟ୍ରାଫିକ ଥାନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ଏହି କାର୍ଯ୍ୟକ୍ରମର ସ୍ଲୋଗାନ ରହିଛି ‘ସୁରକ୍ଷିତ ରୁହନ୍ତୁ’ ସୁଖୀ ରୁହନ୍ତୁ’। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥ, ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅଭିନେତାମାନେ ସାମିଲ ଥିଲେ। ଏହି ଅବସରରେ ସଚେତନତା ରାଲି କରାଯାଇଥିଲା। ଟ୍ରାଫିକ ଡିସିପି ନାଥ ବାଇକ୍ ଚଳାଇ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିଥିଲେ।
ଏଭଳି ସଚେତନତା ରାଲି ଆସନ୍ତା ୧୭ ତାରିଖ ପର୍ୟ୍ୟନ୍ତ ଚାଲିବ। ଏନେଇ ଡିସିପି ନାଥ କହିଛନ୍ତି, ଯେଉଁମାନେ ରାସ୍ତାରେ ଗାଡ଼ି ଚଳାଉଛନ୍ତି ସେମାନେ ସଚେତନ ହେବା ସହ ଅନ୍ୟଯାତ୍ରୀଙ୍କୁ ସୁରକ୍ଷିତ ରଖନ୍ତୁ। ସପ୍ତାହ ବ୍ୟାପୀ କାର୍ୟ୍ୟକ୍ରମରେ ପ୍ରତି ଛକକୁ ଯାଇ ଲୋକଙ୍କୁ ସଚେତନ କରିବୁ। କାର୍ଯ୍ୟକ୍ରମବେଳେ ଜୟ ଓଡିଶା ପକ୍ଷରୁ କମିଶନରେଟ ପୋଲିସକୁ ଫାଷ୍ଟ ଏଡ୍ ବକ୍ସ ପ୍ରଦାନ କରାଯାଇଛି। ପ୍ରତି ଟ୍ରାଫିକ ପୋଷ୍ଟରେ ଏହି ବକ୍ସ ରଖାଯିବ। ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇପାରିବ। ଏହାର ଚାବି କେବଳ ଟ୍ରାଫିକ ପୋଲିସ ନିକଟରେ ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ