ଟିଭି ଦେଖାରେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି ପୁରୁଷମାନେ
ପୁରୁଷମାନେ ଟିଭି ଦେଖିଲେ ଖର୍ଚ୍ଚ ହୁଏ ଅଧିକ ବିଦ୍ୟୁତ୍ ଶକ୍ତି । ପେନସିଲଭାନିଆର ପିଟସବର୍ଗ ସ୍ଥିତ କାନେଗି ମେଲୋନ୍ ବିଶ୍ୱବିଦ୍ୟାଳୟର ଗବେଷକ ଦୀର୍ଘଦିନ ଏକ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ଦେଶର ୭ଟି ରାଜ୍ୟରେ ଏନେଇ ସର୍ଭେ କରାଯାଇଥିଲା। ଏହାର ରିପୋର୍ଟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଭାରତର ପୁରୁଷମାନେ ଟିଭି ଦେଖିବାରେ ଅଧିକ ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ କରୁଥିବା ଏଥିରେ ଦର୍ଶାଯାଇଛି। ଗୁଜରାଟ, ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଏହି ସର୍ଭେ କରାଯାଇଥିଲା।


