ମାର୍କେଟ ବିଲ୍ଡିଂରେ ଆକ୍ରମଣ ଘଟଣା : ଆଉ ୪ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ପରିସରରେ ଆକ୍ରମଣ ଘଟଣାରେ ଆଉ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ୪ ଜଣ +୨ର ଓ ସ୍କୁଲ ଛାତ୍ର ବୋଲି ଜଣାପଡ଼ିଛି। ବର୍ତ୍ତମାନ ଗିରଫ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏହାସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି। ସୂଚନା ଯୋଗ୍ୟ, ଉକ୍ତ ଘଟଣାରେ ଶନିବାର ୧୮ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ନାବାଳକ ଥିବା ବେଳେ ୬ ଜଣ ସାବାଳକ ଥିଲେ। ଅଭିଯୁକ୍ତଙ୍କ ନାଁରେ ଦଙ୍ଗା ମାମଲା ମଧ୍ୟ ରୁଜୁ ହୋଇଛି। ଶୁକ୍ରବାର ସନ୍ଧ୍ୟା ସମୟରେ ହଠାତ୍‍ ୨୦ ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ପ୍ରବେଶ କରି ଦୋକାନୀଙ୍କ ଉପରେ ଆକ୍ରମଣ କରିବା ସହ ୧୦୦ ରୁ ଦୋକାନକୁ ଭାଙ୍ଗି ନଷ୍ଟ କରିଦେଇଥିଲେ। ଏହା ସହ ତାଙ୍କ ସମ୍ମୁଖକୁ ଯେ କେହି ଆସିଲେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ