ବିହାରରେ ଲାଗୁହେବନି ଏନ୍ଆରସି

ବିହାର : ଏନ୍ଆରସିକୁ ନେଇ ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ଆଭିମୁଖ୍ୟ ରଖୁଥିବାବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ନୀତିଶ୍‌ କୁମାର ବିହାର ବିଧାନସଭାରେ କହିଛନ୍ତି ଯେ, ବିହାରରେ ଏନ୍‌ଆରସି ଲାଗୁ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହି ଚର୍ଚ୍ଚା କେବଳ ଆସାମ ପାଇଁ। ସୋମବାର ବିହାର ବିଧାନସଭାରେ ଏନ୍‌ଆରସି ଓ ସିଏଏ ଓ ଏନ୍‌ପିଆରକୁ ନେଇ ଚର୍ଚ୍ଚା ହୋଇଥିଲା। ନୀତିଶ୍‌ କହିଛନ୍ତି ଯେ, ବିହାରରେ ଏନ୍‌ଆରସିକର କିଛି ପ୍ରଶ୍ନ ନାହିଁ। ଏନ୍‌ଆରସିର କିଛି ଆବଶ୍ୟକତା ନାହିଁ। ନରେନ୍ଦ୍ର ମୋଦି ମଧ୍ୟ ଏନ୍‌ଆରସିକୁ ନେଇ ସ୍ପଷ୍ଟ କରିଛନ୍ତି। ଏନ୍‌ପିଆରକୁ ନେଇ ନୀତିଶ୍‌ କହିଛନ୍ତି ଯେ, ଚଳିତ ଥର ଜାତିଗତ ଜନଗଣନା ହେଉ। ଜନଗଣନା କାଷ୍ଟ ଆଧାରିତ ହେବା ଆବଶ୍ୟକ । ୧୯୩୦ ପରେ ପୁଣିଥରେ ଜାତିଗତ ଜନଗଣନା ହେବା ଆବଶ୍ୟକ । ତେବେ ଚର୍ଚ୍ଚାର ବିଷୟ ହେଉଛି ଯେ, ଏନ୍‌ଆରସିର ବିରୋଧ କରୁଥିବା ନୀତିଶ୍‌କୁମାର ସିଏଏକୁ ନେଇ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ସଂସଦର ଦୁଇ ଗୃହରେ ଜେଡେୟୁ ସାଂସଦ ନାଗରିକତା ସଂଶୋଧନ ବିଲ୍‌ ସମର୍ଥନରେ ଭୋଟ ଦେଇଥିଲେ । ନୀତିଶ୍‌ ସରକାର ବିହାରରେ ଏନ୍‌ପିଆର ଆରମ୍ଭ କରିବା ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲେ। ନିୟମ ଅନୁସାରେ ଏନ୍‌ପିଆର, ଏନ୍‌ଆରସିର ପ୍ରଥମ ପାହାଚ, ଏଥିରେ କିଛି ତଥ୍ୟ ଏନ୍‌ଆରସିରେ ବ୍ୟବହାର କରାଯିବ। ସାରାଦେଶରେ ସିଏଏ, ଏନ୍‌ଆରସିକୁ ନେଇ ତର୍କ ଜାରି ରହିଛି। ବିରୋଧୀ ଏହାର ଜୋର୍‌ସୋରରେ ବିରୋଧ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ