ମକର ମେଳା ପାଇଁ ଗଡଚଣ୍ଡୀରେ ଉଠା ଦେକାନୀଙ୍କ ଭିଡ 

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠରେ ଆସନ୍ତା କାଲିଠାରୁ ପ୍ରସିଦ୍ଧ ମକର ମେଳା ଆରମ୍ଭ ହେଉଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ପ୍ରବଳ ଜନସମାଗମ ଆଶା ରଖି ଉଠାଦୋକାନୀମାନେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଖୋଲିଦେଲେଣି । ଆଜି ରାତିରେ କଳଶ ଶେଭାଯାତ୍ରା କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ପରେ ତିନିଦିନ ଧରି ମା ଗଡଚଣ୍ଡୀଙ୍କ ପାଖରେ ସ୍ୱନ୍ତ୍ର ପୂଜା, ଚଣ୍ଡୀପାଠ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବାସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଏଥିପାଇଁ ଗଡଚଣ୍ଡୀ ପରିଷଦ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଶେଷକରି ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ସାଇକେଲ ଷ୍ଟାଣ୍ଡ, ଗାଡି ଷ୍ଟାଣ୍ଡ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟବସ୍ଥା କରାଯାଇଛି । ଗୋଟିଏ ପଟେ ପର୍ଯ୍ୟଟକଙ୍କ ଭିଡ ସାଙ୍ଗକୁ ମକର ମେଳାପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦଅଷ୍ଟିରେ ରଖି ବ୍ୟାପକ ପୁଲିସ ମୃତୟନର ବ୍ୟବସ୍ଥା କରାଯାଇଥିବା ପରିଷଦ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ