ଗଦାଧର ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବିଷ୍ଣୁପୁର ସ୍ଥିତ ଗଦାଧର ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସୌଖୀନ ମଞ୍ଚ କଳାକାର ନିର୍ଦ୍ଦେଶକ ଅନାଦି ଚରଣ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧ୍ୟାପକ ରମେଶ କୁମାର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ହାଟଡିହି କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଡଅଁର ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଚୈତନ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ବିଭୁତି ଭୂଷଣ ବେହେରା, ରମେଶ ଚନ୍ଦ୍ର ନାୟକ, ମଦନ ମୋହନ ନାୟକ, ରବିନ୍ଦ୍ର ଜେନା, ଦିବାକର ବାରିକ, ଉପେନ୍ଦ୍ର ମିଶ୍ର, କାର୍ତ୍ତିକ ବେହେରା, ପର୍ଶୁରାମ ଦାସ, ପ୍ରତିମା ଖୁଣ୍ଟିଆ, କିଶୋର କୁମାର ସିଂ, ଅଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ଛାତ୍ରୀ ଇପିସିତା ପ୍ରୀୟଦର୍ଶନୀ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ସମ୍ପାଦିକା ରେବତୀ କୁମାରୀ ଜେନା ଅନୁଷ୍ଠାନର ଲକ୍ଷ ଓ ନିୟମାବଳୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


