ଆଇଡିବିଆଇ ବ୍ୟାଙ୍କ୍ର ସୁଧହାର ହ୍ରାସ
ମୁମ୍ବାଇ, (ଏଜେନ୍ସି): ଆଇଡ଼ିବିଆଇ ଏହାର ଏମ୍ସିଏଲ୍ଆର୍ ବା ସୁଧ ହାର ହ୍ରାସ କରିଛି । ୨୪ ଘଣ୍ଟା ଜମା ରାଶିରେ ସୁଧ ହାର .୫% ହ୍ରାସ କରାଯାଇଛି । ପୂର୍ବରୁ ଏହା ୭.୯୫% ଥିବାବେଳେ ଚଳିତ ମାସରେ ଏହା ହ୍ରାସ ପାଇ ୭.୯୦% ହୋଇଛି । ସେହିପରି ୧ ମାସ ଜମା ରାଶି ଉପରେ ସୁଧ ହାର ପୂର୍ବରୁ ୮.୨୫% ଥିବାବେଳେ ନୂଆ ଭାବେ ଏହା ୮.୧୫% ହୋଇଛି । ୩ ମାସିଆ ଜମା ଉପରେ ପୂର୍ବରୁ ସୁଧ ହାର ୮.୪୫% ଥିବାବେଳେ ନୂଆ ଭାବେ ଏହା ୮.୪୦% ହୋଇଛି । ୬ ମାସିଆ ଉପରେ ପୂର୍ବରୁ ସୁଧ ହାର ୮.୬୫% ଥିବାବେଳେ ଏବେ ତାହା ୮.୬୦% ହୋଇଛି । ସେହିପରି ୧ ବର୍ଷର ଜମା ଉପରେ ପୂର୍ବରୁ ସୁଧହାର ୯.୦୫% ଥିଲାବେଳେ ନୂଆ ଭାବେ ଏହା ୯.୦୦% ଧାର୍ଯ୍ୟ କରାଯାଇଛି । ୨ ବର୍ଷିଆ ଓ ୩ ବର୍ଷିଆ ଜମାରେ ପୂର୍ବରୁ ସୁଧହାର ୯.୩୦% ଥିବାବେଳେ ଏବେ ଏହା ଯଥାକ୍ରମେ ୯.୨୫% ଓ ୯.୩୦% ହୋଇଛି ।


