ପଟ୍ଟାରିକ୍ସା ସଂଘର ବାର୍ଷିକ ଉତ୍ସବ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ପଟ୍ଟାରିକ୍ସା ସଂଘର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ସୁକୁଣ୍ଡାସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଂଘକୁ ଦୀର୍ଘଦିନ ଧରି ବଞ୍ଚାଇରଖିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ମୃତ୍ୟୁ ବ୍ୟକ୍ତି ମାନଙ୍କ ନିମନ୍ତେ ନିରବ ପ୍ରାର୍ଥନା ୨ ମିନିଟ୍ କରାଯାଇଥିଲା ।ଏଥିସହ ବ୍ରହ୍ମପୁର ଅଟୋ ଚାଳକ ମାନଙ୍କ ବିଭିନ୍ନ ସମୟରେ ହେଉଥିବା ସୁବିଧା ଓ ଅସୁବିଧା ଉପରେ ଆଲୋକପାତ କରିବା ସହ ଅଟୋ ରିକ୍ସା ଚାଳକ ପ୍ରତିପରିବାରକୁ ଏକ ଲକ୍ଷ ଟଙ୍କାର ଜୀବନ ବିମା , ଗୃହହୀନ ପଟ୍ଟାରିକ୍ସା ଚାଳକଙ୍କୁ ଗରିବ ପରିବାରଙ୍କୁ ଗୃହ ପ୍ରଦାନ କରିବା ସହ ଏକ ଲକ୍ଷ ଟଙ୍କାର ଜୀବନ ବିମା ନିମନ୍ତେ ଦାବୀ କରିଥିଲେ ।ସଂଘର ସଭାପତି ତଥା ଗଂଜାମ ଜିଲ୍ଲା ରାଷ୍ଟ୍ରିୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ପିତବାସ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶ୍ରମିକ ନେତା ଭୋକାଲି ସେଠୀ , ସୁଭଦ୍ରା ବେହେରା, ଲକ୍ଷ୍ମଣ ରାଓ , ପ୍ରମୁଖ ବହୁ ଶ୍ରମିକ ନେତା ଉପସ୍ଥିତ ଥିଲେ ।


