କୋଣାର୍କରେ ମହାବିଷୁବ ପଣାସଂକ୍ରାନ୍ତି

କୋଣାର୍କ , (ଜୁଗାବ୍ଦ ନ୍ୟୁଜ୍‍): କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ମହାବୀର ମନ୍ଦିରରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଚନ୍ଦ୍ରଭାଗା ଦରିଆ ମହାବୀର ମନ୍ଦିର, ଥାନାଛକ ମହାବୀର ମନ୍ଦିରରେ ପୂଜାର୍ଚ୍ଚନା, ହୋମଯଜ୍ଞ,ହନୁମାନ ଚାଳିଶା ପଠନ ହୋଇଥିଲା । ସେହିଭଳି କୋଣାର୍କ-ପୁରୀ ବେଳାମାର୍ଗ ଖାଲକଟାପାଟଣା ସ୍ତିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା,ଯଜ୍ଞ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା । ଶ୍ରଦ୍ଧାଳୁଙ୍କୁ ପ୍ରସାଦସେବନରେ ଆପ୍ୟାୟିତ କରାଯାଇଥିଲା । ଏହି ଅବସରରେ ନବଗ୍ରହ ପୀଠ,ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ହାଲୁ ପ୍ରଧାନ, କର୍ତ୍ତୀ ଭାବେ ତନୁଲତା ମହାରଣା ରହିଥିଲେ । ମୁଖ୍ୟ ପୁରୋହିତ କଳୁ ଦାଶ ଠାକୁରଙ୍କ ନୀତିକାନ୍ତି ସହିତ ମହାବୀର ଜୟନ୍ତୀ ଓ ନାମଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ଗ୍ରାମର ପ୍ରହଲ୍ଲାଦ ଦଲାଇ, ଶରତ ବାରିକ, ମାନସ ପ୍ରଦାନ, ଶିବ ପ୍ରସାଦ ମହାରଣା, ହାପି ଦଳାଇ, ସୁର୍ଯ୍ୟକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ