ଅରୁଆ କଦଳିବଣ ଉଚ୍ଚ ଶିକ୍ଷାଶ୍ରମର ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଅରୁଆ କଦଳିବଣ ଉଚ୍ଚ ଶିକ୍ଷାଶ୍ରମର ୮୦ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ କ୍ରୀଡାଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶୃଙ୍ଖଳିତ ଭାବେ ଛାତ୍ରଛାତ୍ରୀମାନେ ବିଦ୍ୟା ଆହରଣ କଲେ ସେମାନେ ଦେଶର ଭବିଷ୍ୟତ ହୋଇପାରିବା ସହିତ ସେମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ହେଲେ ଆମ ଅଂଚଳର ଗୈାରବ ବୃଦ୍ଧି ପାଇବ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକମାନେ କୁମ୍ଭାର ସଦୃଶ । ଛାତ୍ରଛାତ୍ରୀମାନଙ୍କୁ ସଠିକ ଭାବରେ ଗଢି ତୋଳିଲେ ପ୍ରକୃତ ଶିକ୍ଷାର ପରିଚୟ ସୃଷ୍ଟି ହେବ । ସମ୍ମାନୀତ ଅତିଥି ଭାବେ କେଶପୁର ପଂଚାୟତର ସରପଂଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ,ଶିକ୍ଷା କମିଟି ସଦସ୍ୟ ପଣ୍ଡିତ ଭୂପଃ ମୋହନ ପଣ୍ଡା,ପରିବେଶବୀତ ବିଜୟ କବି ଓ ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ସ୍କୁଲ ଖେଳପଡିଆ ଉନ୍ନତିକରଣ ଓ ସ୍କୁଲ ସମ୍ମୁଖ ଖାଲ ପୋତାଯିବା କାର୍ଯ୍ୟ ନରେଗାରୁ କରାଯିବା, ସ୍କୁଲ ଗୃହର ମରାମତି ପଂଚାୟତର ଏସ.ଏଫ.ସି.ପାଣ୍ଠିରୁ ଚଳିତବର୍ଷ କରାଯିବା ପାଇଁ ସରପଂଚ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ଉତ୍ସବ ପରିଚାଳନାରେ ଶିକ୍ଷକ ମନୋଜ ଶତପଥୀ, ରବିନାରାୟଣ ନନ୍ଦ, ଫକିର ସ୍ୱାଇଁ ସହଯୋଗ କରିଥିଲେ । ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ