ପୋଲସରାରେ ୩୧ ତମ ଜାତୀୟ ସଡକ ସୁରକ୍ଷା ସଚେତନତା ସଭା
ପୋଲସରା – ପୋଲସରା ଥାନା ଆମ ପୋଲିସ ସମିତି ପକ୍ଷରୁ ଗୁରୁବାର ଦିନ ପୋଲସରା ବସଷ୍ଟାଣ୍ଡ ଠାରେ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କ।ର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ଵାଇଁ, ପୋଲସରା ତହସିଲଦାର ଅଶୋକ କୁମାର ପ୍ରଧାନ, ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ରଙ୍କ ସମେତ ଜନସାଧାରଣଙ୍କୁ କିପରି ସୁରକ୍ଷିତ ଭାବେ ଯାତ୍ରା କରିବା ସେହି ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ବିଶେଷ କରି ଯୁବ ପିଢିଙ୍କୁ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ସରକାରୀ ଆଇନ କାନୁନ ବିଷୟରେ ଅବଗତ କରାଇବା ସହ ସୁରକ୍ଷିତ ଭାବେ କିପରି ଯାତାୟତ କରିପାରିବ ତାହା ବୁଝାଇଥିଲେ ।


