ଓଡ଼ିଆ ଝିଅ ଶିବାନୀ ହେଲେ ମିସ୍ ଟ୍ରାଡିସନାଲ
ଭୁବନେଶ୍ୱର : ମୁମ୍ବାଇ ମହାନଗର ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେଇ ମିସ୍ ଟ୍ରାଡିସନାଲ୍ ବିଭାଗରେ ବିଜୟୀ ହୋଇଛନ୍ତି ମିସ୍ ଶିବାନୀ ମିଶ୍ର । ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ଶିବାନୀ ପ୍ରତିଯୋଗିତାରେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଚଳନୀ ଓ ଖାଦ୍ୟ ଉପରେ ଅଲୋକପାତ କରି ବି•ରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁଦୂର ମୁମ୍ବାଇରେ ରହି ମଧ୍ୟ ଓଡ଼ିଶାର କଳା ଓ ସଂସ୍କୃତିକୁ ଭୁଲିନଥିବାରୁ ଏଥିନିମନ୍ତେ ତାଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ଉପସ୍ଥିତ ଅତିଥିମାନେ ବେଶ୍ ପ୍ରଶଂସା କରିଥିଲେ । ଶିବାନୀ ହେଉଛନ୍ତି ବମ୍ବେ ଓଡ଼ିଆ ମହାସଂଘର ସଭାପତି ତଥା ବମ୍ବେରୁ ପ୍ରକାଶ ପାଉଥିବା ଏକମାତ୍ର ଓଡ଼ିଆ ସମ୍ବାଦପତ୍ର ମୁମ୍ବାଇ ଓଡ଼ିଆ ସମାଜର ମୁଖ୍ୟ ସମ୍ପାଦକ ଡ. ବିପିନ ବିହାରୀ ମିଶ୍ର ଓ ଡ. ସୁକାନ୍ତି ମିଶ୍ରଙ୍କ କନିଷ୍ଠା କନ୍ୟା । ତାଙ୍କର ବଡ଼ ଭଉଣୀ ଶେଲ୍ଭି ମିଶ୍ର ଏୟାର ଇଣ୍ଡିଆରେ ଜଣେ ଦକ୍ଷ ପାଇଲଟ ଭାବେ ଜଣାଶୁଣା । ଏହି ଅବସରରେ ଆମେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ ।