ସାରସ୍ୱତ ସମାବେଶରେ ସମ୍ବୋଧିତ ହେଲେ ଭୁବନ ମୋହନ ମହାନ୍ତି

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଳା ଉଦଳା ଠାରେ ଆୟୋଜିତ ଓଡିଆ ଭାଷା ଓ ସାହିତ୍ୟର ଆଦି ପ୍ରବକ୍ତା ସିଦ୍ଧ ପୁରୁଷ ଲୁଇପାଙ୍କ ସାଧନା ରୋଡ ଠାରେ ବିଂଶତମ ରାଜ୍ୟସ୍ତରୀୟ ମକର ମିଳନ ଓ ପଂଚାଦଶ ଲୁଇପା ମହୋତ୍ସବରେ ୨୦୨୦ ସମ୍ବର୍ନ୍ଧିତ ଉତ୍ସବରେ ସାରସ୍ୱତ ସମାବେଶରେ ଯାଜପୁର ଜିଲ୍ଳାର ସାହିତ୍ୟକ , ଲେଖକ ତଥା ଯାଜପୁର ଜିଲ୍ଳାର ସମାଜସେବୀ ମୋହନ ମହାନ୍ତିଙ୍କୁୂ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ସଭାରେ ଲକ୍ଷ୍ମୀଧର ପୁଥାଳଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଉଦଳାର ବିଧାୟକ ଭାଷ୍କର ମଡ଼େଇ .ରେବତୀ ପତ୍ରିକା ର ସଂପାଦିକାଭୁମିକନ୍ୟା ସୁବାସିନୀ ଜେନା ସମ୍ମାନୀତ ଅତିଥି ରୁପେ ଅନ୍ୟତମ ଅତିଥି ରୁପେସମୟର ଚକ୍ର ସଂବାଦ ପତ୍ରର ସଂପାଦକ ସର୍ବେଶ୍ବର ଜେନା ବିଶିଷ୍ଟ ବକ୍ତା ରୁପେ ବରିଷ୍ଠ ସାହିତ୍ୟ କକାଳିକିଙ୍କର ଦାଶ . ଶରତ ଚନ୍ଦ୍ରମହାପାତ୍ର ସଂପାଦକ ଚେତନା ସାହିତ୍ୟ ସଂସଦ . ଓ ସମ୍ମାନୀତ ଅତିଥି ରୁପେ ବାଣୀପୀଠର ଅଧ୍ୟକ୍ଷ ଡ.କୁମାର ବାବୁଲି . ଡ. ଯନ୍ତ୍ରଣା ପରିକ୍ଷିତ ପ୍ରମୁଖ ଯୋଗ ଦେଇ ମାନପତ୍ର ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନକରି ସଂବଧିତ କରିଥିଲେ . ଅଧୁନା ଶ୍ରୀ ଯୁକ୍ତ ମହାନ୍ତି ଓଡିଶା ପତ୍ର ପତ୍ରିକା ମହାସଂଘର ସାଧାରଣ ସଂପାଦକ ରୁପେ କାର‌୍ୟ୍ୟକରୁଅଛନ୍ତି.ନିଜ ଗ୍ରାମ ଠାରେ ନିଜର ଉଦ୍ୟମରେ ଏକ ପାଠାଗାର ପ୍ରତିଷ୍ଠା କରିଛନ୍ତି.ସତ୍ୟନାରାୟଣ ପାଠାଗାର ସଂପାଦକ ଦାୟିତ୍ଵ ତୁଳାଉ ଅଛନ୍ତି । ସମ୍ବର୍ଦ୍ଧିତ ହେବା ପରେ କୋରେଇ ଅଞ୍ଚଳର ବିଭିନ୍ନ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନର ସଦସ୍ୟମାନେ ତାଙ୍କୁ ଶୁଭେଛା ବାର୍ତ୍ତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ