ପରମାଣୁ ଚୋରା ଚାଲାଣ କରୁଛି ପାକିସ୍ତାନ

ୱାସିଂଟନ: ପରମାଣୁ ଅସ୍ତ୍ର ସଂକ୍ରାନ୍ତ ନୂତନ ଜ୍ଞାନ କୌଶଳ ଏବଂ ଉପକରଣ ହାସଲ କରିବା ପାଇଁ ପାକିସ୍ତାନ ବ୍ୟାପକ ଚୋରା କାରବାରରେ ଲିପ୍ତ ରହିଛି । ପାକିସ୍ତାନ ପରମାଣୁ ଉପକରଣ ସ୍ମଗଲିଂରେ ଏକ ବଡ଼ ରାକେଟକୁ ସଞ୍ଚାଳନ କରୁଥିବା ଆମେରିକା ଠାବ କରିଛି ପୂର୍ବରୁ ପାକିସ୍ତାନ ସହାୟତାରେ ଚୋରାରେ ଅନେକ ରାଷ୍ଟ୍ର ପରମାଣୁ ଅସ୍ତ୍ର ହାସଲ କରିବାକୁ ସକ୍ଷମ ହୋଇଥିବାରୁ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଆମେରିକା ଗମ୍ଭୀରତାର ସହ ନେଇଛି । ଆମେରିକାରୁ ନୂଆ ପରମାଣୁ ଜ୍ଞାନ କୌଶଳ ଚୋରି କରିବା ପାଇଁ ନିୟୋଜିତ ଥିବା ୫ ଜଣ ପାକିସ୍ତାନୀଙ୍କୁ ଆମେରିକା ଚହ୍ନଟ କରିବା ସହ ସେମାନଙ୍କ ସମ୍ପର୍କରେ ବଳିଷ୍ଠ ପ୍ରମାଣ ହାସଲ କରିଛି । ଏହି ୫ ପାକିସ୍ତାନୀଙ୍କୁ ଆମେରିକା ଦୋଷୀ ବୋଲି ଦର୍ଶାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କେତ ଦେଇଛି । ରାୱଲପିଣ୍ଡି ସ୍ଥିତ ଏକ କମ୍ପାନୀ ‘ବିଜନେସନ୍ ୱାଲର୍ଡ’ ସହିତ ସମ୍ପୃକ୍ତ ୫ ଜଣ ପାକିସ୍ତାନୀ ଆମେରିକାର ପରମାଣୁ ଜ୍ଞାନ କୌଶଳକୁ ଚୋରାରେ ହାସଲ କରି ପାକିସ୍ତାନ ପଠାଉଥିଲେ ବୋଲି ଆମେରିକା ଗୁଇନ୍ଦା ବିଭାଗ କହିଛି ।
ଆମେରିକାର ନ୍ୟାୟ ବିଭାଗର ସୂଚନା ମୁତାବକ ଏହି ୫ ଜଣ ପାକିସ୍ତାନ କାନାଡା, ହଂକଂ ଏବଂ ବ୍ରିଟେନରେ ରହୁଛନ୍ତି । ଶକ୍ତି ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନେ ଲୋକ ଦେଖାଣିଆ ଭାବେ କାମ କରୁଥିବାବେଳେ ଅସଲରେ ସେମାନଙ୍କ ଉଦ୍ଦେଶ୍ୟ ପରମାଣୁ ଉପକରଣ ଏବଂ ଜ୍ଞାନକୌଶଳ ଚୋରାଚାଲାଣ ଥିଲା ବୋଲି ଆମେରିକା ସ୍ପଷ୍ଟ କରିଛି । ପାକିସ୍ତାନର ପରମାଣୁ ସ୍ମଗଲିଂ ନେଟୱାର୍କ ଧରାପଡ଼ିବା ଭାରତ ପାଇଁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନର ସ୍ମଗଲରମାନେ ଆମେରିକାର କଡ଼ା ନିରାପତ୍ତା ବ୍ୟବସ୍ଥାକୁ ଭେଦ କରି ପରମାଣୁ ଉପକରଣ ଏବଂ ଜ୍ଞାନ କୌଶଳ ଚୋରାଚାଲାଣ ପାଇଁ ସକ୍ଷମ ହୋଇଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଯୋଜନା କରୁଛି । ପାକିସ୍ତାନ ସରକାରଙ୍କ ଉପରେ ବିଭିନ୍ନ ଇସଲାମିକ ଆତଙ୍କବାଦୀ ସଂଗଠନର ପ୍ରଭାବ ଥିବାରୁ ଏହାକୁ ଭାରତ ଗମ୍ଭୀରତାର ସହ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ