ସାଇକେଲରେ ବୁହା ହେଲା ଶବ
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍):କୁଷ୍ଠ ରୋଗୀ ଶବ ବୋଲି କେହି ଆସିଲେନି । ସ୍ୱାଧିନତାର ୭୩ ବର୍ଷ ପରେ ମଧ୍ୟ ଲାଗିରହିଛି ଅନ୍ଧବିଶ୍ୱାସ । ବିଭିନ୍ନ ସମୟରେ ଗୁଣି ଗାରେଡି ସଂନ୍ଦେହ ରେ କିଛି ଲୋକଙ୍କୁ ଗ୍ରାମରୁ ବାସନ୍ଦ କରିବା ସହ ନିଆଁ ପାଣି ବାଛନ୍ଦ କରାଯାଉଥିବାର ନଜିର ରହିଥିବା ବେଳେ ମନୁଷ୍ୟ ଚନ୍ଦ୍ର ପୃଷ୍ଠରେ ପାଦଥାପି ସାରିଥିଲେ ମଧ୍ୟ ଆଜି ବି ଅନ୍ଧ ବିଶ୍ୱାସ ଲାଗି ରହିଛି । କୃଷ୍ଠ ରୋଗରେ ପିଡିତ ହୋଇ ମୃତ୍ୟୁ ବରଣ କଲେ ବୋଲି ତାଙ୍କ ସାଙ୍ଗ ସାଥି ବନ୍ଧୁ ବର୍ଗ କେହି ବି ବୋହି ବାକୁ ଆସିଲେନାହିଁ ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲଡ଼ ବେହେରା ଗୁଡା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ସୁବାସ ଦର୍ବାନ (୫୦) ଦୀର୍ଘ ୪ ବର୍ଷ ଧରି ମଧୁମେହ ରୋଗ ଓ କୁଷ୍ଠ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି ।ଦେହାନ୍ତ ହେବା ପରେ ତାଙ୍କ ଶବକୁ କେହି କାନ୍ଧରେ ହାତ ଦେଲେ ନାହିଁ କି ଛୁଇଁଲେ ନାହିଁ କି ଦେଖିବାକୁ ଆସିଲେ ନାହିଁ । ଗତ କାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଶବ ବୋହିବାକୁ କେହି ଆସିନଥିବାରୁ ବାଧ୍ୟ ହୋଇ ତାଙ୍କ ପରିବାରର ଭାଇ ଓ କାକା ସାଇକେଲରେ ବୋହି ନେବା ସହ ଶବକୁ ସତ୍କାର କରିଥିଲେ ।


