ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର- ଚଳିତମାସ ୩୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ର ୨୪ ତମ ବୈଠକ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଯୋଗଦେବାର କ।ର୍ଯ୍ୟକ୍ରମ ରହିଛି । ସିଏଏ, ଏନପିଆର ଓ ଏନଆରସିକୁ ନେଇ ଦେଶବ୍ୟାପୀ ବିରୋଧ ଜାରି ରହିଥିବାବେଳେ ଦୀର୍ଘ ୨୯ବର୍ଷ ପରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହା ବେଶ୍ ଗୁରୁତ୍ୱ ବଢିଯାଇଛି । ଆସନ୍ତା ୩୧ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏଥିରେ ସଦସ୍ୟ ରାଜ୍ୟ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ସିକିମ୍ ଓ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଯୋଗଦେବାର କ।ର୍ଯ୍ୟକ୍ରମ ରହିଛି । ତେବେ ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩୧ତାରିଖରେ ୨୪ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଭୁବନେଶ୍ୱରରେ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି । ଏହି ବୈଠକ ଲୋକସେବା ଭବନସ୍ଥିତ ନୂଆ କନଭେନସନ୍ ସେଣ୍ଟରରେ ହେବ । ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ସଦସ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବାର କ।ର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ