ହାର୍ଦ୍ଦିକଙ୍କୁ ବିଜେପି ହଇରାଣ କରୁଛି : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍‌ଙ୍କ ଗିରଫଦାରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜେପିକୁ ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା ଗାନ୍ଧି ରବିବାର ଦିନ କହିଛନ୍ତି ଯେ, ଯୁବକଙ୍କ ରୋଜଗାର ପାଇଁ ଓ ଚାଷୀର ଅଧିକାର ପାଇଁ ଲଢେଇ କରୁଥିବା ଯୁବ ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ବିଜେପି ବାରମ୍ବାର ହଇରାଣ କରୁଛି। ହାର୍ଦ୍ଦିକ ନିଜ ସମାଜର ଲୋକଙ୍କ ପାଇଁ ସ୍ବର ଉଠାଉଛନ୍ତି, ସେମାନଙ୍କ ପାଇଁ ଚାକିରି ମାଗୁଛନ୍ତି, ଛାତ୍ରବୃତ୍ତି ମାଗୁଛନ୍ତି, ଚାଷୀ ଆନ୍ଦୋଳନ କରୁଛନ୍ତି, ବିଜେପି ଏହାକୁ ଦେଶଦ୍ରୋହ ବୋଲି କହୁଛି । ସୂଚନାଯୋଗ୍ୟ, କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଶନିବାର ଦିନ ହାସଲପୁରଠାରୁ ଗିରଫ କରାଯାଇଛି । ହାର୍ଦ୍ଦିକଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି । ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ମଧ୍ୟ କରିଥିଲେ ତାଙ୍କୁ ୨୪ ଜାନୁଆରୀକୁ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ତାଙ୍କୁ ଏହା ପୂର୍ବରୁ ଗିରଫ କରାଯାଇଛି । ଅଗଷ୍ଟ ୨୦୧୫ରେ ଅହମ୍ମଦାବାଦସ୍ଥିତ ଜିଏମଡିସି ପ୍ରାଙ୍ଗଣରେ ପାଟିଦାର୍‌ ସଂରକ୍ଷଣ ସମର୍ଥକ ରାଲିରେ ହୋଇଥିବା ଭଙ୍ଗାରୁଜା ତଥା ହିଂସାକାଣ୍ଡ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ହାର୍ଦ୍ଦିକଙ୍କୁ ପୂର୍ବରୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା। ଦୀର୍ଘ ଦିନ ଜେଲରେ ରହିବା ପରେ ୨୦୧୬ ଜୁଲାଇରେ ହାର୍ଦ୍ଦିକ ଜେଲରୁ ମୁକୁଳିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ