ଓଡ଼ିଆ ନାଟକ ଶ୍ରୀ ଗୀତଗୋବିନ୍ଦ ଭାରତର ଉତ୍ତରପୂର୍ବ ଅଞ୍ଚଳରେ

ଭୁବନେଶ୍ୱର : ଓଡ଼ିଆ ନାଟକର ମାନ ନିଶ୍ଚିିତ ଭାବରେ ଉନ୍ନତି କରିଛି ଏବଂ ଦେଶ ବିଦେଶରେ ଆଦୃତ ହେଉଛି । ଅଧୁନା ଅନେକ ଓଡ଼ିଆ ନାଟକ ଓଡ଼ିଶା ବ୍ୟତୀତ ଓଡ଼ିଶା ବାହାରେ ବିଶେଷ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହିପରି ଜଣେ ଓଡ଼ିଆ କାଳକାର, ନିର୍ଦ୍ଦେଶକ ଶ୍ରୀ ଚିତ୍ତରଞ୍ଜନ ଶତପଥୀ ଯିଏକି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂଆ ଦିଲ୍ଲୀ ଅଧୀନରେ ସିନିୟର ଫେଲୋସିପ୍‌ପ୍ରାପ୍ତ ହୋଇ ଓଡ଼ିଆ ନାଟକର ପ୍ରଗତି ଓ ନାଟ୍ୟଶାସ୍ତ୍ର ଉପରେ ଗବେଷଣା କରୁଛନ୍ତି, ତାଙ୍କର ବହୁମୀଖୀ ପ୍ରତିଭା ମଧ୍ୟରୁ ଗୋଟିଏ ହେଉଛି ତାଙ୍କର ଏକକ ନାଟକ କରିବା । ନିକଟରେ ସେ ଜୟଦେବ ଓ ତାଙ୍କ ଦ୍ୱାରା ରଚିତ ଶ୍ରୀ ଗୀତଗୋବିନ୍ଦ ଉପରେ ଏକ ନାଟ୍ୟ ରୂପାନ୍ତର କରି ଏକକ ନାଟକ ଶୈଳୀରେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଏବଂ ସଙ୍ଗୀତ ନାଟକ ଏକାଡ଼େମୀ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ କରି ବହୁ ପ୍ରଶଂସିତ ହୋଇଛନ୍ତି । ଅତି ଆନନ୍ଦର ବିଷୟ ଯେ, ସେହି ନାଟକଟି ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମା, ନୂଆଦିଲ୍ଲୀ ଦ୍ୱାରା ଚୟନ ହୋଇ ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସଂସ୍କୃତି ଆଦାନ ପ୍ରଦାନ ଉଦ୍ଦେଶ୍ୟରେ ମଞ୍ଚସ୍ଥ କରିବା ପାଇଁ ସ୍ୱୀକୃତି ପ୍ରଦାନ ପୂର୍ବକ ଶ୍ରୀ ଶତପଥୀଙ୍କୁ ପ୍ରେରଣ କରିଛନ୍ତି । ଶ୍ରୀ ଚିତ୍ତରଞ୍ଜନ ଶତପଥୀ ଏହି ନାଟକକୁ ଆସାମ, ଅରୁଣାଚଳ ପ୍ରଦେଶ ଇତ୍ୟାଦି ରାଜ୍ୟରେ ପରିବେଷଣ କରି ବହୁ ପ୍ରଶଂସିତ ହୋଇଛନ୍ତି । ଚଳିତମାସ ଜାନୁୟାରୀ ୨ ତାରିଖରୁ ୧୦ ତାରିଖ ମଧ୍ୟରେ ୫ଟି ଜାଗାରେ ଏହା ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକକୁ ସଙ୍ଗୀତରେ ସଜାଇଥିଲେ ଗୁରୁ ବିଜୟ କୁମାର ବାରିକ, ଗୁରୁ ସୁକାନ୍ତ କୁଣ୍ଡୁ, ମାଷ୍ଟର ସୌମ୍ୟଯୋଶୀ ଏବଂ ପ୍ରଚ୍ଛଦ ପଟରେ ଥିଲେ ଶକ୍ତି ପ୍ରାସଦ ମିଶ୍ର । ଆଲୋଚନା ମାଧ୍ୟମରେ ଶ୍ରୀ ଶତପଥୀ କହନ୍ତି ଆମ ଓଡ଼ିଶାରେ ଅନେକ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ବ୍ୟକ୍ତିଗଣ ଅଛନ୍ତି ଓ ଅନେକ କିମ୍ବଦନ୍ତୀ ମଧ୍ୟ ଇତିହାସରେ ରହିଛି ଯାହାକୁ ନେଇ ସେ ତାଙ୍କର ଭବିଷ୍ୟତର ନାଟକକୁ ସମାଜକୁ ଉପହାର ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ