ପରାଜୟର ଭୟରେ ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟ ଦ୍ୱାରା ଜବାବ୍ ଦେବେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରାଜ୍ୟ ତମାମ ବିଜେପି କାର୍ଯ୍ୟକର୍ତା ଓ ସମର୍ଥକଙ୍କ ଉପରେ ଆକ୍ରମଣ ବିଜେଡିର ପରାଜୟ ପୂର୍ବର ହତାଶର ପ୍ରତିଫଳନ । ଯେଉଁମାନେ ଅହଙ୍କାରରେ ମଦମସ୍ତ ହୋଇ ବୁଲେଟର ସାହରା ନେଇଛନ୍ତି, ତାଙ୍କୁ ସାଧାରଣ ଜନତା ବିଶେଷ କରି ଗରିବ ଲୋକମାନେ ବାଲାଟ ବା ଭୋଟରେ ଜବାବ୍ ଦେବେ ବୋଲି ବିଜେଡି ପ୍ରାୟୋଜିତ ହିଂସା ବିରୋଧରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ନିର୍ବାଚନରେ ଏଭଳି ରାଜନୈତିକ ହିଂସା ବା ପ୍ରତିପକ୍ଷକୁ ଆକ୍ରମଣ ପ୍ରଥମ ଥର ପାଇଁ ଦେଖାଦେଇଛି । ସରକାରୀ ଦଳକୁ ରାଜନୈତିକ ବିରୋଧ କାରଣରୁ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକ୍ରମଣର ନେତୃତ୍ୱ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ଥିବା ଗୃହ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ୨-୩ ଜଣ ଅଣ ଓଡିଆ ସରକାରୀ ଅଧିକାରୀ ଓଡିଶାରେ ଗଣତନ୍ତ୍ରକୁ କଣ୍ଠୋରଧ କରିବା ପାଇଁ ଦୁଃସାହସ କରିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ ତମାମ ହିଂସା,ଅପରାଧ ଓ ଭୟର ବାତାବରଣ ତିଆରି କରିବା ପାଇଁ ଚାହୁଁଛନ୍ତି । ଏ ରାଜନୈତିକ ହିଂସା ହାରିବାର ପୂର୍ବ ଲକ୍ଷଣ । ପାଦତଳୁ ଯାହାର ମାଟି ଖସିଯାଏ, ଯାହା ପାଖରେ ଲୋକସମର୍ଥନ କମିଯାଏ ସେ ମାଟପିଟ୍ କିଏ କରେ । ଓଡିଆ ଲୋକ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ନେଇ ଡର ମୁଖ୍ୟମନ୍ତ୍ରୀଙ୍କ ମନରେ ଅଛି । ମୁଖ୍ୟମନ୍ତ୍ରୀ ଆସନ୍ନ ପରାଜୟରେ ରକ୍ତମୁଖା ହୋଇଯାଇଛନ୍ତି । ଓଡିଆ ଲୋକଙ୍କୁ ମରିବା ଓ ହତ୍ୟା କରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଛାଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ କିଏ ଆଖି ଉଠାଇଦେଲେ ଫ୍ଲାଗମାର୍ଚ୍ଚ ହେବା ସହ ଲୋକମାନେ ଗିରଫ ହେଇଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦଳର ମନ୍ତ୍ରୀଙ୍କୁ କେହି ବିରୋଧ କଲେ ୩୦୭ ଦଫାରେ ମାମଲା ରୁଜୁ ହୋଇଯାଉଛି । କିନ୍ତୁ ପ୍ରତି କ୍ଷଙ୍କୁ ହତ୍ୟା କଲା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ । କାରଣ ମୁଖ୍ୟମନ୍ତ୍ରୀ ପଣ୍ଡିତ ପୁଅ, ତାଙ୍କୁ ଚାରି ଖୁନ୍ ମାଫ, ସୁନା ଚାମଚ ନେଇ ଜନ୍ମ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ଓଡିଶା ତାଙ୍କ ଜାଗୀର । ଏଥର ଓଡିଆ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ହରାଇବେ । ରାଜ୍ୟ ସରକାର ବଦଳିବା ଦରକାର ନାରା ଘରେ ଘରେ ଗୁଞ୍ଜରଣ ହେଲାଣି । ଗତସପ୍ତାହରେ ଖୋର୍ଦ୍ଧାର ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନା ଏହି ରାଜନୈତିକ ହିଂସାର ଶୀକାର ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଚିନ୍ତାପ୍ରକଟ କରିବା ପରେ ମଧ୍ୟ ସେହି ସ୍ଥାନରେ ଅପରାଧୀମାନେ ଖୋଲାଖୋଲି ବୁଲୁଛନ୍ତି । ଅପରାଧୀଙ୍କୁ ଧରିବାର ଚେଷ୍ଟା ପୋଲିସର ନାହିଁ । ସେଠାକାର ଏସପିଙ୍କୁ ବଦଳି କରି ମୁଖ୍ୟମନ୍ତ୍ରୀ ତାଙ୍କ ଦାୟିତ୍ୱରୁ ଓହରି ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ଏଠାକାର ନିର୍ବାଚନ ଅଧିକାରୀ କମା, ଫୁଲ ଷ୍ଟପ୍ ବି ଲଗାନ୍ତି ନାହିଁ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ମଧ୍ୟ ସୋରଡା ନିର୍ବାଚନ ମଣ୍ଡଳିରେ ବିଜେପିର ଜଣେ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । ଗରିବ ଘରର ନରେନ୍ଦ୍ର ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଓଡିଆ ଲୋକଙ୍କୁ କହିବା ତାଙ୍କର ଅପରାଧ ଥିଲା କି ବୋଲି କରିଛନ୍ତି । ସେହିଭଳି ବରଗଡର ଭଟିଲିରେ ମଧ୍ୟ ଶାସକ ଦଳର ଲୋକମାନେ ବିଜେପି କାର୍ଯ୍ୟକର୍ତାଙ୍କୁ ଛୁରାମାଡ କରିବା ସହ ବନ୍ଧୁକ ଦେଖାଇଲେ । ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ଲୋକମାନେ ବିଜେପି ପ୍ରାର୍ଥୀଙ୍କ ଗାଡି ଉପରକୁ ଆକ୍ରମଣ କଲେ । ହିଞ୍ଜିଳିକାଟୁରେ ବିଜେପି ପ୍ରାର୍ଥୀଙ୍କୁ ହଇରାଣ କରାଗଲା । ମୁଖ୍ୟମନ୍ତ୍ରୀ ଏତେ ଅସହିଷ୍ଣୁ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ଉତର ଭୁବନେଶ୍ୱରରେ ଓଡିଆ ସାମାଜିକ ଜୀବନର ଜଣେ ନାମୀଦାମୀ ତଥା ପ୍ରତିଷ୍ଠିତ କଳାକାର ଅପରାଜିତ ମହାନ୍ତି ବିଜେପି ପ୍ରାର୍ଥୀନୀ ହୋଇଛନ୍ତି । ତେବେ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରି ତାଙ୍କ କଥାକୁ ଭୁବନେଶ୍ୱରର ଘରେ ଘରେ ପହଁଚାଇବା ତାଙ୍କର ଅପରାଧ କି ବୋଲି ପ୍ରଧାନ ପ୍ରଶ୍ନ କରିଛନ୍ତି । ଏହାବ୍ୟତିତ ମଧ୍ୟ-ଭୁବନେଶ୍ୱର ନିର୍ବାଚନ ମଣ୍ଡଳିରେ ଶାସକ ଦଳର ବଚସ୍କର ଓ ଗୁଣ୍ଡାବାହିନୀ ଲୋକମାନେ ବୋମା ପକାଇଲେ । ଏହାର କାରଣ ଏଥି ।ଇଁ କି ଏଠାରେ ଜଣେ ପୋଲିସ ଲୋକଙ୍କୁ ନିର୍ବାଚନ ଲଢଉଛନ୍ତି ଯେ ବିଜୁ ଗୁଣ୍ଡା ବାହିନୀର ପ୍ରମୁଖ ଦାୟିତ୍ୱ ଆପଣ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ଏତେ ଲୋକପ୍ରିୟ, ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତେବେ ତାଙ୍କ ଭିତରେ ଏତେ ଡର କାହିଁକି ? ବାସନ ମଜାଳି, ଚା’ ବିକାଳୀର ପୁଅ ଯଦି ଆଜି ଦେଶରୁ ଆଶାର୍ବାଦ ପାଉଛି ଏବଂ ଓଡିଶାରେ ଲୋକଙ୍କ ମନରେ ଏହା ଆଦୃତ ହୋଇପାରୁଛି ତେବେ ମୁଖ୍ୟମନ୍ତ୍ରୀ ଏତେ ଅସହିଷ୍ଣୁ କାହିଁକି ? ଆଇନ ତା’ ବାଟରେ ଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଙ୍କର ଯେଉଁ ନକଲି ଚେହେରା ଥିଲା, ଏଥିରୁ ରଙ୍ଗ ଖସିବା ଆରମ୍ଭ କଲାଣି । ଓଡିଆ ଲୋକଙ୍କୁ ଧମକେଇବା, ଡରେଇବାର ଯେଉଁ ଦମ୍ଭ ଓ ଅହଙ୍କାର ମୁଖ୍ୟମନ୍ତ୍ରୀଙ୍କ ମନରେ ଅଛି ସେ ଯୁଗ ଶେଷ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ହାରିବା ଥୟ । ଏହା ଲୋକଙ୍କ ମନରେ ସ୍ପଷ୍ଟ ଭାବେ ପରିବର୍ତନର କଥା କହିଲାଣି । ତେଣୁ ଏପ୍ରକାର ରାଜନୈତିକ
ହିଂସାରୁ ମୁଖ୍ୟମନ୍ତ୍ରୀ କ୍ଷାନ୍ତ ରୁହିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ